ପୁଣି ଦୁଇ ଆତଙ୍କୀଙ୍କୁ ନିପାତ କଲେ ସୁରକ୍ଷାକର୍ମୀ

ଜମ୍ମୁକାଶ୍ମୀରରେ ଚାଲିଛି ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ଭୟଙ୍କର ଗୁଳିବିନିମୟ !

ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ଚାଲିଛି ଭୟଙ୍କର ଗୁଳିବିନିମୟ।ତେବେ ଏହି ଗୁଳିବିନିମୟରେ ଦୁଇ ଆତଙ୍କିଙ୍କୁ ନିପାତ କରିବାରେ ସକ୍ଷମ ହୋଇଛନ୍ତି ସୁରକ୍ଷାକର୍ମୀ । ଗତ 4 ଦିନ ହେବ ବିଭିନ୍ନ ଜିଲ୍ଲାରେ ହମଲା କରୁଛନ୍ତି ଆତଙ୍କୀ। ଏନେଇ ସୁରକ୍ଷାକର୍ମୀ ମଧ୍ୟ ଆତଙ୍କୀଙ୍କୁ ନିପାତ କରିବାକୁ ପ୍ରତୁତ କରିଛନ୍ତି ବ୍ଲୁପ୍ରିଣ୍ଟ । ଆଉ ଏଥିରେ ସଫଳ ମଧ୍ୟ ହୋଇଛନ୍ତି । ସୂଚନା ଅନୁସାରେ ବାରମୁଲ୍ଲା ଜିଲ୍ଲାରେ ଘଟିଥିବା ଏନକାଉଣ୍ଟରରେ ଏହି ଦୁଇ ଆତଙ୍କୀ ନିପାତ ହୋଇଛନ୍ତି।

କଶ୍ମୀର ପୁଲିସ ଜୋନ୍ ଏକ ସୋଶାଲ ମିଡିଆ ପୋଷ୍ଟରେ ଏନେଇ ସୂଚନା ଦେଇଛି। ବାରମୁଲ୍ଲା ଜିଲ୍ଲାର ହାଥଲଙ୍ଗା ଉରି ଅଞ୍ଚଳରେ ଆତଙ୍କବାଦୀ ହମଲା କରିଥିଲା। ସେନା ଓ ପୁଲିସ ମିଳିତ ଭାବେ ପାଲଟା ଜବାବ ଦେଇଥିଲେ। କିଛି ସମୟ ଧରି ଆତଙ୍କୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏଥିରେ ଦୁଇ ଜଣ ଆତଙ୍କୀ ନିପାତ ହୋଇଛନ୍ତି। ଏଥିସହ ଦୁଇ ଜଣ ଆତଙ୍କୀଙ୍କୁ ମଧ୍ୟ ଗିରଫ କରାଯାଇଛି। ପୂର୍ବରୁ ୪ ଯବାନ ସହିଦ ହୋଇଥିବା ଖବର ସାରା ଦେଶକୁ ସ୍ତବ୍ଧ କରିଥିଲା । ଆଉ ଏବେ ଏହା ବଦଳରେ ଜବାବ ଦେଉଛନ୍ତି ସୁରକ୍ଷାକର୍ମୀ ।