ପୁଣି ଇସ୍ରୋର ନୂଆ ଇତିହାସ

ଗଗନଯାନର ସଫଳ ପରୀକ୍ଷଣ କଲା ଇସ୍ରୋ

ପୁଣି ଗବେଷଣା କ୍ଷେତ୍ରରେ ଇତିହାସ ରଚିଲା ଇସ୍ରୋ । ପ୍ରତ୍ଯେକ ସମୟରେ ଦକ୍ଷତା କୌଶଳ ପାଇଁ ସବୁ ସମୟରେ ନାଁ ରଚୁଥିବା ଇସ୍ରୋ ବିଜ୍ଞାନ ଦିଗରେ ଆଉ ପାଦେ ଆଗକୁ ବଢିଛି । ଇସ୍ରୋ ପକ୍ଷରୁ ହୋଇଛି ଗଗନୟାନର କ୍ରୁ ମଡ୍ୟୁଲର ସଫଳ ଲଞ୍ଚିଂ । ଶ୍ରୀହରିକୋଟା ସତୀଶ ଧାୱନ ସ୍ପେସ ସେଣ୍ଟରରୁ ହୋଇଛି ଉତକ୍ଷେପଣ । ତେବେ ପ୍ରଥମେ ସକାଳେ ଉତକ୍ଷେପଣ ସମୟରେ ଦେଖାଦେଇଥିଲା ବୈଷୟିକ ତ୍ରୁଟି ଫଳରେ ଏହାକୁ ସ୍ଥଗିତ ରଖାଯାଇଥିଲା । ଏହାପରେ ସକାଳ ୧୦ଟା ସମୟରେ ହୋଇଥିଲା ଏହି ପରୀକ୍ଷଣ । ଗଗନଯାନରେ କ୍ରୁ ଏସକେପ୍ ମଡ୍ୟୁଲର ପରୀକ୍ଷଣ ହୋଇଥିଲା । ଚନ୍ଦ୍ରଯାନ-୩ର ସଫଳ ପରୀକ୍ଷଣ ପରେ ମହାକାଶ ଗବେଷଣାରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ISROର ଆଉ ଏକ ମାଇଲଖୁଣ୍ଟ ।

ତେବେ ଗଗନଯାନର କ୍ରୁ ମଡ୍ୟୁଲ ସଫଳତାର ସହ ପ୍ରକ୍ଷେପଣ କରାଯିବା ପରେ ଆକାଶରେ ଠିକ୍ ସମୟରେ ଅଲଗା ହୋଇଯାଇଥିଲା ଯାନରେ ଥିବା ଏସକେପ୍ ସିଷ୍ଟମ । ପାରାଚୁଟ ସହାୟତାରେ ସଫଳତାର ସହ ସମୁଦ୍ରକୁ ଓହ୍ଲାଇଥିଲେ ଟେଷ୍ଟ ମିଶନ ଯାଇଥିବା ସଦସ୍ୟ । ମିଶନର ସଫଳ ଲ୍ୟାଣ୍ଡିଂ ପରେ ପ୍ରତିକ୍ରିୟା ରଖିଛନ୍ତି ଇସ୍ରୋ ଅଧ୍ୟକ୍ଷ ଏସ ସୋମନାଥ । ଯାହାକୁ ନେଇ ସମସ୍ତ ବୈଜ୍ଞାନିକ ମଧ୍ୟରେ ଉଶ୍ଚାହ ଦେଖିବାକୁ ମିଳିଛି । ତେବେ ଇସ୍ରୋର ଏହି ସଫଳ ପରୀକ୍ଷଣକୁ ନେଇ ସାରା ଭାରତବର୍ଷରେ ଚର୍ଚ୍ଚା ଜୋର ଧରିଛି ।