ପୁଣି ସୁଟିଂରେ ଭାରତକୁ ସ୍ଵର୍ଣ୍ଣ

ଏସିଆନ ଗେମ୍ସରେ ଏଯାଏଁ ୩୦ପଦକ ସହ ୪ର୍ଥ ସ୍ଥାନରେ ଭାରତ

ଏସିଆନ ଗେମ୍ସରେ ଗୋଟିଏ ପରେ ଗୋଟିଏ ଇତିହାସ ରଚୁଛନ୍ତି ଭାରତୀୟ ଖେଳାଳି । ତେବେ ଆଜି ମଧ୍ୟ ବିଭିନ୍ନ କ୍ରୀଡାରେ ସଫଳତା ହାସଲ ସହ ଭାରତ ହାତେଇଛି ତାର ଅଷ୍ଟମ ସ୍ୱର୍ଣ୍ଣ । ସୁଟିଂରେ ଆଉ ଏକ ସ୍ୱର୍ଣ୍ଣ ଆଣିଲା ଭାରତ । ବ୍ୟକ୍ତିଗତ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ସ୍ୱର୍ଣ୍ଣ ମିଳିଛି । ସେହିପରି ସମାନ ବର୍ଗରେ ଇଶା ରୌପ୍ୟ ପଦକ ଜିତିଛନ୍ତି ।

ସେହିପରି ପୁରୁଷ ଟେନିସ୍ ଡବଲ୍ସରେ ଭାରତକୁ ରୌପ୍ୟ ମିଳିଛି । ଏପର୍ଯ୍ୟନ୍ତ ଭାରତକୁ ୮ଟି ସ୍ୱର୍ଣ୍ଣ, ୧୧ଟି ରୌପ୍ୟ ଓ ୧୧ଟି ବ୍ରୋଞ୍ଜ ପଦକ ମିଳିଛି । ୩୦ ଟି ପଦକ ସହ ତାଲିକାର ଚତୁର୍ଥ ସ୍ଥାନରେ ଭାରତ ରହିଛି । ଖେଳାଳିଙ୍କ ଚମତ୍କାର ପ୍ରଦର୍ଶନ ଭାରତକୁ ଏକ ନୂଆ ଦିଶା ଦେଖାଇଛି । ଏସିଆନ ଗେମ୍ସରେ ଦିନକୁ ଦିନ ଗୋଟିଏ ଗୋଟିଏ ପାହାଚ ଚଢି ଜିରୋରୁ ହିରୋ ହେବା ଚେଷ୍ଟାରେ ଭାରତ। ଆଗାମୀ ପର୍ଯ୍ୟାୟରେ କେଉଁ କେଉଁ ସଫଳତା ହାସଲ କରୁଛି ସେନେଇ ବେସ ଉତ୍କଣ୍ଠିତ ଦେଶବାସୀ ।