ପୁଣି ଇଡି ହାବୁଡରେ ଆଉ ଜଣେ ଆପ୍ ନେତା

ବିଧାୟକ ଅମାନତୁଲ୍ଲା ଖାନଙ୍କ ଘରେ ରେଡ୍ କରିଛି ଇଡି

ଇଡି ନଜରରେ ଏବେ ଆପ ନେତା । ପୁଣି ଜଣେ ଆପ ନେତାଙ୍କୁ କବ୍ଜାକୁ ନେଇଛି ଇଡି । ଦିଲ୍ଲୀରେ ଆମ ଆଦମୀ ପାର୍ଟି ବିଧାୟକଙ୍କ ଘରେ ଇଡି ରେଡ୍ । ଅର୍ଥ ହେରଫେର ମାମଲାରେ ଆମ ଆଦମୀ ପାର୍ଟି ବିଧାୟକ ଅମାନତୁଲ୍ଲା ଖାନଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଚଢାଉ କରିଛି । ଅର୍ଥ ହେରଫେର ସହ ଅନ୍ୟ କିଛି ମାମଲାରେ ମଧ୍ୟ ଏହି ରେଡ୍ ଚାଲିଥିବା ସୂଚନା ମିଳିଛି । ପିଏମଏଲଏ ଆକ୍ଟ ଅନୁଯାୟୀ ବିଧାୟକ ଅମାନତୁଲ୍ଲା ଖାନଙ୍କ ଘରେ ଖାନତଲାସି କରିଛି ଇଡି । ଆପ୍ ବିଧାୟକ ଅମାନତୁଲ୍ଲା ଖାନଙ୍କ ବାସଭବନରେ ଚଢ଼ାଉ କରିଛି।

ସୂଚନା ଅନୁସାରେ ଦିଲ୍ଲୀର ଜାମିଆ ନଗର ଅଞ୍ଚଳରେ ମଧ୍ୟ ଅନେକ ସ୍ଥାନରେ ସର୍ଚ୍ଚ ଅପରେସନ ଜାରି ରହିଛି। ଗତବର୍ଷ ଅମାନତୁଲ୍ଲା ଖାନଙ୍କ ବିରୋଧରେ ହୋଇଥିବା ୱାକଫ୍ ବୋର୍ଡ ଜମି ଦୁର୍ନୀତିକୁ ଆଧାର କରି ଇଡି ଏହି ଚଢ଼ାଉ କରିଛି। ଗତବର୍ଷ ଦୁର୍ନୀତି ନିବାରଣ ବ୍ୟୁରୋ ଦିଲ୍ଲୀର ଅମାନତୁଲ୍ଲାଙ୍କ ସହ ଜଡ଼ିତ ୫ଟି ସ୍ଥାନରେ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ନଗଦ ୧୨ ଲକ୍ଷ ଟଙ୍କା, ଗୋଟିଏ ଲାଇସେନ୍ସ ବିହୀନ ବରେତା ପିସ୍ତଲ ଓ ଦୁଇଟି ଭିନ୍ନ ଭିନ୍ନ ବୋର ଗୁଳି ଜବତ କରାଯାଇଛି। ତେବେ ଜଣେ ପରେ ଜଣେ ଆପ ନେତାଙ୍କୁ ଏବେ ହେପାଜତକୁ ନେବା ରାଜନୈତିକ ମହଲରେ ଚର୍ଚ୍ଚା ଜୋର କରିଛି।