ଦିଲ୍ଲୀରେ କମିଲା ପ୍ରଦୂଷଣ !
ଦିଲ୍ଲୀବାସୀଙ୍କ ପାଇଁ ଅମୃତ ଆଣିଲା ବର୍ଷା । ଶୀତଦିନ ଆରମ୍ଭ ନହେଉଣୁ ବାୟୁ ପ୍ରଦୂଷଣର ମାତ୍ରା ଏତେ ବଢିଯାଇଥିଲା କି ସଭିଏଁ ବେସ ଅଣନିଶ୍ବାସୀ ହୋଇଯାଇଥିଲେ । ଯାହାର ଦ୍ରୁଶ୍ଯ ମଧ୍ୟ ଦେଖିବାକୁ ମିଳିଥିଲା । ଏବେ କିନ୍ତୁ ବାୟୁପ୍ରଦୂଷଣରୁ ଦିଲ୍ଲୀବାସୀଙ୍କୁ ମିଳିଛି ଆଶ୍ବସ୍ତି । ଦିଲ୍ଲୀର ପାଗରେ ହୋଇଛି ପରିବର୍ତ୍ତନ । ସତେ ଯେମିତି ଦିଲ୍ଲୀବାସୀଙ୍କ ଦୁଃଖ ଶୁଣିଛନ୍ତି ଭଗବାନ । କିଛି ସ୍ଥାନରେ ହାଲୁକା ବର୍ଷା ପରେ ଦିଲ୍ଲୀବାସୀ ପ୍ରଦୂଷଣରୁ କିଛିଅଂଶରେ ମୁକ୍ତି ପାଇଛନ୍ତି । ଦିଲ୍ଲୀ ନୋଏଡ଼ାର ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ହୋଇଛି । ଫଳରେ ରାଜଧାନୀବାସିନ୍ଦା ପ୍ରଦୂଷଣରୁ ସାମାନ୍ୟ ଆଶ୍ବସ୍ତ ହୋଇଛନ୍ତି ।
ବର୍ଷା ପରେ AQI ୪ ଶହରୁ ହ୍ରାସ ପାଇ ୧୦୦ରେ ପହଞ୍ଚିଛି । ସୂଚନା ଅନୁସାରେ ରାଜଧାନୀ ଦିଲ୍ଲୀରେ ଗତ ୭ଦିନ ହେଲା ଧୂଆଁର ଚାଦର ଘେରି ରହିଥିଲା । ବାୟୁର ଗୁଣବତ୍ତା ମାନ ଅତି ଖରାପ ସ୍ଥିତିରେ ପହଞ୍ଚିଥିଲା । ଗତକାଲି ଏୟାର କ୍ବାଲିଟି ଇଣ୍ଡେକ୍ସ ହାରାହାରି ୩୯୮ ରେକର୍ଡ ହୋଇଥିଲା । ପ୍ରଦୂଷଣର ମୁକାବିଲା ଲାଗି କୃତ୍ରିମ ବର୍ଷା କରିବାକୁ ଯୋଜନା କରିଥିଲେ ଦିଲ୍ଲୀ ସରକାର । ହେଲେ ଗତକାଲି ରାତିରେ ହାଲୁକା ବର୍ଷା ବର୍ଷା ଫଳରେ ପ୍ରଦୂଷଣ ମାତ୍ରା ଉଲ୍ଲେଖନୀୟ ଭାବେ ହ୍ରାସ ପାଇଛି । ଯାହାକୁ ନେଇ ଦିଲ୍ଲୀବାସୀଙ୍କ ମନରେ ଖୁସି ଦେଖିବାକୁ ମିଳିଛି ।