କ୍ଷମା ମାଗିଲେ ଇସ୍କନ ସାଧୁ
ସ୍ବାମୀ ବିବେକାନନ୍ଦ ଏବଂ ରାମକୃଷ୍ଣ ପରମହଂସଙ୍କ ଉପରେ ବ୍ୟଙ୍ଗାତ୍ମକ ଟିପ୍ପଣୀ ଦେଇଥିବାରୁ କ୍ଷମା ମାଗିଲେ ଇସ୍କନ୍ ସାଧୁ । ଦ୍ୱାରକାର ଉପସଭାପତି ଆମୋଘ ଲୀଳା ଦାସ ସର୍ବସାଧାରଣରେ କ୍ଷମାପ୍ରାର୍ଥନା କରିଛନ୍ତି । ଆଜି ରିପବ୍ଲିକ୍ ମିଡିଆ ସହ ଆଲୋଚନା ବେଳେ ସେ କ୍ଷମା ପ୍ରାର୍ଥନା କରିଥିବା ସାମ୍ନାକୁ ଆସିଛି। ସ୍ୱତନ୍ତ୍ର ସାକ୍ଷାତକାର ସମୟରେ ଏହି ଇସ୍କନ୍ ସାଧୁ ତାଙ୍କର ବକ୍ତବ୍ୟ ଯୋଗୁଁ ବହୁ ଲୋକଙ୍କୁ ଆଘାତ ଲାଗିଥିବାରୁ ସେ ଅନୁତପ୍ତ ବୋଲି ପ୍ରକାଶ କରିଛନ୍ତି । ସେ ସ୍ପଷ୍ଟ କରିଛନ୍ତି ଯେ ତାଙ୍କର ଉଦ୍ଦେଶ୍ୟ କାହାକୁ ଅପମାନିତ କରିବା ନଥିଲା, ବରଂ ସାକ୍ଷାତକାର ସମୟରେ ତାଙ୍କୁ ଦିଆଯାଇଥିବା ଏକ ନିର୍ଦ୍ଦିଷ୍ଟ ପ୍ରଶ୍ନର ଉତ୍ତର ଦେବା ବେଳେ ସେ ମତ ରଖିଥିଲେ, ଯାହାକି ବିବାଦୀୟ ହୋଇପଡ଼ିଥିଲା । ଏଥିପାଇଁ ସେ ହୃଦୟରୁ କ୍ଷମା ମାଗୁଛନ୍ତି ବୋଲି କହିଥିଲେ ।