କଂଗ୍ରେସକୁ ଅମିତ ଶାହଙ୍କ ନିଶାନା

‘ଫେକ ଭିଡିଓ ଭାଇରାଲ କରୁଛି କଂଗ୍ରେସ’

ଫେକ ଭିଡିଓକୁ ନେଇ କଂଗ୍ରେସ ଟାର୍ଗେଟ କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ୪୦୦ ଆସନ ପାର କରି ସରକାର କଲେ ସଂରକ୍ଷଣ ବନ୍ଦ କରିବ ବୋଲି କଂଗ୍ରେସ ମିଛ ପ୍ରଚାର କରୁଛି ବୋଲି କହିଛନ୍ତି ଶାହ। ତାଙ୍କର ଫେକ୍ ଭିଡିଓ ଜାରି କରି ମିଛ ପ୍ରଚାର କରୁଛି । ଯାହା ଭିତ୍ତିହୀନ ଓ ତଥ୍ୟହୀନ । ଆସାମରେ ପ୍ରେସମିଟରେ ଏମିତି କଥା କହିଛନ୍ତି ଶାହ । ଏଥିସହ ସ୍ପଷ୍ଟ କରିଛନ୍ତି, ବିଜେପି ଅନୁସୂଚିତ ଜାତି, ଜନଜାତି ଏବଂ ଓବିସିଙ୍କ ପାଇଁ ସଂରକ୍ଷଣକୁ ସମର୍ଥନ କରୁଛି। ସବୁବେଳେ ସୁରକ୍ଷାଦାତା ଭାବରେ ନିଜର ଭୂମିକା ନିର୍ବାହ କରିବ । ଅମିତ ଶାହ ଅଭିଯୋଗ କରିଛନ୍ତି, କଂଗ୍ରେସ ହତାଶ ହୋଇ ତାଙ୍କର ଓ ଅନେକ ବିଜେପି ନେତାଙ୍କ ସମେତ ବହୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ନକଲି ଭିଡିଓକୁ ସୋସିଆଲ୍ ମିଡିଆରେ ଭାଇରାଲ୍ କରୁଛି । ଏଥିରୁ ସେମାନେ କେତେ ହତୋତ୍ସାହିତ ତାହାର ପ୍ରମାଣ ମିଳୁଛି । ଅନ୍ୟପଟେ ବର୍ତ୍ତମାନ ସୁଦ୍ଧା ହୋଇଥିବା ଦୁଇଟି ପର୍ୟ୍ୟାୟ ନିର୍ବାଚନରେ ବିଜେପି ଓ ଏନଡିଏ ସହଯୋଗୀ ଶହେରୁ ଅଧିକ ସିଟ୍ କବଜା କରିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ଅମିତ ଶାହ । ସେହିପରି ଆମେଠୀ ସିଟ୍‌ରୁ ରାହୁଲ ଗାନ୍ଧି ନିର୍ବାଚନ ଲଢ଼ିବା ନେଇ ପ୍ରତିକ୍ରିୟା ରଖିଛନ୍ତି ଅମିତ ଶାହ । ସେ କହିଛନ୍ତି, କଂଗ୍ରେସ ନେତା ତାଙ୍କ ପାରମ୍ପାରିକ ସିଟ୍‌ ଛାଡି ପଳାଉଛନ୍ତି । ଏହି ସିଟ୍‌ରୁ ନିର୍ବାଚନ ଲଢ଼ିବା ପାଇଁ କଂଗ୍ରେସ ନେତାଙ୍କ ସାହସ ନାହିଁ ।