ଚଣ୍ଡିଗଡ଼ରୁ ଶାହଙ୍କ ହୁଙ୍କାର

୨୦୨୯ରେ ପୁଣି ଏନ୍‌ଡିଏ ସରକାର: ଅମିତ ଶାହା

ଚଣ୍ଡିଗଡ଼ରୁ ଶାହଙ୍କ ହୁଙ୍କାର । ୨୦୨୯ରେ ପୁଣି ଏନ୍‌ଡିଏ ସରକାର । ଚତୁର୍ଥ ଥର ପ୍ରଧାନମନ୍ତ୍ରୀ ହେବେ ମୋଦି । ଇଣ୍ଡିଆ ମେଣ୍ଟ ଯେତେ ଯାହା କରୁ ପଛେ ୨୦୨୯ ଲୋକସଭା ନିର୍ବାଚନରେ ପୁଣି ଏନ୍‌ଡିଏ ସରକାର ଗଠନ ହେବ। ବିରୋଧୀ ଆସନରେ ବସିବାକୁ ଇଣ୍ଡିଆ ମେଣ୍ଟ ପୁଣି ନିଜକୁ ପ୍ରସ୍ତୁତ ରଖୁ । ଦେଶରେ ଅସ୍ଥିରତା ସୃଷ୍ଟି କରିବାକୁ ବିରୋଧୀମାନେ ଚାହୁଁ ଛନ୍ତି। ସେମାନଙ୍କୁ ପ୍ରଥମେ ବିରୋଧୀ ଭୂମିକାରେ ରହି କାମ କରିବାର ତରିକା ଶିଖିବା ଉଚିତ । ଆମ ସରକାର ଚାଲିବ ନାହିଁ ବୋଲି ସେମାନେ ବାରମ୍ବାର କହୁଛନ୍ତି। କିନ୍ତୁ ଏନ୍‌ଡିଏ ସରକାର ନିଜ କାର୍ୟ୍ୟକାଳ ପୂରା କରିବ ଏବଂ ୨୦୨୯ରେ ପୁଣି କ୍ଷମତାକୁ ଆସିବ। ଚଣ୍ଡିଗଡ଼ରେ ଜଳଯୋଗାଣ ପ୍ରକଳ୍ପ ନ୍ୟାୟ ସେତୁ ଓ ସ୍ମାର୍ଟ ସିଟି ମିଶନର ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଯୋଗ ଦେଇ ଏଭଳି କହିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ।

ସାମାନ୍ୟ ସଫଳତା ଦ୍ୱାରା ସେମାନେ ନିର୍ବାଚନ ଜିତିଯିବେ ବୋଲି ବିରୋଧୀ ଚାହୁଁଛନ୍ତି। ସେମାନେ ଜାଣିପାରୁ ନାହାନ୍ତି ଯେ ୩ଟି ନିର୍ବାଚନରେ କଂଗ୍ରେସକୁ ଯେତିକି ଆସନ ମିଳିଛି, ବିଜେପି ସଦ୍ୟ ନିର୍ବାଚନରେ ତା’ଠାରୁ ଅଧିକ ପାଇଛି। ଏଭଳି ଇଣ୍ଡିଆ ମେଣ୍ଟକୁ କଟାକ୍ଷ ମଧ୍ୟ କରିଛନ୍ତି । ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ସ୍ମାର୍ଟ ସିଟି ଉପରେ ଫୋକସ୍ କରାଯାଉଛି ଏବଂ ଚଣ୍ଡିଗଡ଼ ଏହି ତାଲିକାର ପ୍ରଥମ ସ୍ଥାନରେ ରହିଛି। ଏ ପର୍ୟ୍ୟନ୍ତ ୧ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହୋଇସାରିଲାଣି । ଦେଶର ୭୪% ଘରେ ସ୍ୱଚ୍ଛ ପାନୀୟ ଜଳ ପହଞ୍ଚାଇବାର ମିଶନ ସମ୍ପୂର୍ଣ୍ଣ ହୋଇଛି। ମୋଦିଙ୍କ ତୃତୀୟ କାର୍ୟ୍ୟକାଳ ଶେଷ ହେବା ପୂର୍ବରୁ ଦେଶର ପ୍ରତ୍ୟେକ ଘରକୁ ସ୍ୱଚ୍ଛ ଜଳ ପହଞ୍ଚାଇବା କାମ ଶେଷ ହୋଇଯିବ । ୨୦୨୪ ନିର୍ବାଚନ ସରୁ ସରୁ ୨୯ର ହୁଙ୍କାର ଦେଲେଣି ଏନଡିଏ ସରକାର । ୨୪ ନିର୍ବାଚନରେ ବହୁମତ ପାଇ ଶାସନ କରୁଛି ବିଜେପି । କଂଗ୍ରେସ ଜିତି ନଥରଲେ ବି ସିଟ୍ ସଂଖ୍ୟା ବଢିଛି । ତେବେ ୨୯ରେ କଣ ହେବ ସ୍ଥିତି ଦେଖିବାକୁ ବାକି ରହିଲା ।

Leave a Reply

Your email address will not be published. Required fields are marked *