ଶ୍ରୀକୃଷ୍ଣ ଜନ୍ମଭୂମି ବିବାଦରେ ଆହ୍ଲାବାଦ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ମଥୁରା ଇଦଗାହର ହେବ ଏଏସଆଇ ଯାଞ୍ଚ

ଶ୍ରୀକୃଷ୍ଣ ଜନ୍ମଭୂମି ବିବାଦରେ ଆହ୍ଲାବାଦ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । କୃଷ୍ଣ ଜନ୍ମଭୂମିକୁ ଲାଗିଥିବା ଇଦଗାହର ହେବ ଏଏସଆଇଏ ସର୍ଭେ। ମଥୁରା ସ୍ଥିତ ଶ୍ରୀକୃଷ୍ଣଙ୍କ ଜନ୍ମଭୂମି ଓ ଶାହି ଇଦଗାହ ମସଜିଦ ମଧ୍ୟରେ ଥିବା ବିବାଦୀୟ ପରିସରରେ ଏଏସଆଇ ସର୍ଭେ କରାଯିବ । ଏନେଇ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଜଷ୍ଟିସ ମୟଙ୍କ କୁମାର ଜୈନଙ୍କ ଜଣକିଆ ଖଣ୍ଡପୀଠ ଏହି ନିଷ୍ପତି ଶୁଣାଇଛନ୍ତି । ମଥୁରାରେ ଶ୍ରୀକୃଷ୍ଣଙ୍କ ଜନ୍ମଭୂମି ଓ ଶାହି ଇଦଗାହ ପ୍ରସଙ୍ଗରେ ବର୍ଷ ବର୍ଷ ଧରି ଜାରି ରହିଛି ଆଇନଗତ ଲଢେଇ । ଶ୍ରୀକୃଷ୍ଣ ଜନ୍ମଭୂମିର ସର୍ଭେ ପାଇଁ ହାଇକୋର୍ଟରେ ପିଟିସନ୍ ଦାଖଲ ହୋଇଥିଲା । ଏବେ ଆହ୍ଲାବାଦ ହାଇକୋର୍ଟ ବିବାଦୀୟ ପରିସରରେ ସର୍ଭେ କରିବାକୁ ଅନୁମତି ଦେଇଛନ୍ତି । ଏଥିପାଇଁ ୩ ଜଣ କମିଶନରଙ୍କୁ ନିଯୁକ୍ତି କରାଯିବ । ହିନ୍ଦୁ ପକ୍ଷ ଦାବି ଅନୁସାରେ ଶ୍ରୀକୃଷ୍ଣଙ୍କ ଜନ୍ମସ୍ଥାନରେ ମନ୍ଦିର ଭାଙ୍ଗି ଇଦଗାହି ମସଜିଦ ନିର୍ମାଣ କରାଯାଇଛି । ଏବଂ ମୋଗଲ ଶାସନର ଔରଙ୍ଗଜେବଙ୍କ ଦ୍ୱାରା ମନ୍ଦିର ଭଙ୍ଗାଯାଇ ମସଜିଦ ନିର୍ମାଣ କରାଯାଇଥିଲା । ଏବେ ହାଇକୋର୍ଟ ଏଏସଆଇ ସର୍ଭେ ପାଇଁ ନିର୍ଦ୍ଦେଶ ଦେବା ପରେ ମୁସଲିମ୍ ପକ୍ଷ ସୁପ୍ରିମକୋର୍ଟ ଯାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।