ଦ୍ଵିତୀୟ ବିବାହ କରିବେ କି ଐଶ୍ୱର୍ଯ୍ୟା !

ଚର୍ଚ୍ଚାରେ ସୁପରଷ୍ଟାର ରଜନୀକାନ୍ତଙ୍କ ଝିଅ ଐଶ୍ୱର୍ଯ୍ୟା । କାହିଁକି ନା ସେ ଏବେ ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି । ତେବେ ଐଶ୍ୱର୍ଯ୍ୟାଙ୍କୁ ବତ୍ତମାନ ୪୧ ବର୍ଷ ବୟସ । ଆପଣମାନେ ଜାଣିଛନ୍ତି କି ୨୦୦୪ରେ ଐଶ୍ୱର୍ଯ୍ୟା ରଜନୀକାନ୍ତ ଟଲିଉଡର ୟଙ୍ଗଷ୍ଟାର ଧନୁଷଙ୍କୁ ବିବାହ କରିଥିଲେ ।କିନ୍ତୁ ଅଫିସିଆଲି ସେମାନଙ୍କ ମଧ୍ୟରେ କୌଣସି ତିକ୍ତତା କିମ୍ବା ଛାଡପତ୍ର ହୋଇଥିବାର ସେମିତି କିଛି ସଠିକ ତଥ୍ୟ ସାମ୍ନାକୁ ଆସି ନାହିଁ ।

ଚେନ୍ନାଇର ଏକ ଖବର ଅନୁଯାୟୀ ସେ ଜଣେ ହିରୋଙ୍କ ସହ ନଜରରେ ଆସିଥିଲେ , ଯାହାକୁ ନେଇ ଚର୍ଚ୍ଚା ହେଉଛି କି ସେ ଦ୍ୱିତୀୟ ବିବାହ କରିବେ । କିନ୍ତୁ ଏ କଥାର କୌଣସି ସତ୍ୟତା ଏଯାଏଁ ସାମ୍ନାକୁ ଆସିନାହିଁ । ତେବେ ବର୍ତ୍ତମାନ ଦୁହେଁ ଧନୁଷ ଏବଂ ଐଶ୍ୱର୍ଯ୍ୟା ଦୁଇ ପୁଅଙ୍କ ପିତାମାତା ହୋଇଥିବା ବେଳେ ଖୁସିରେ ଥିବା ମଧ୍ୟ ନଜରରେ ଆସୁଛନ୍ତି । ତେବେ ଐଶ୍ୱର୍ଯ୍ୟାଙ୍କ ଦ୍ୱିତୀୟ ବିବାହ କେତେ ସତ ତାହା ଆଗାମୀ ସମୟରେ ଜଣାପଡିବ ।