ବାୟୁସେନା ବିମାନ ଦୁର୍ଘଟଣା, ୨ ପାଇଲଟଙ୍କ ମୃତ୍ୟୁ

ବିମାନ ଦୁର୍ଘଟଣା, ୨ ପାଇଲଟଙ୍କ ମୃତ୍ୟୁ

ବାୟୁସେନା ବିମାନ ଦୁର୍ଘଟଣା । ୨ ପାଇଲଟଙ୍କ ମୃତ୍ୟୁ । ତେଲେଙ୍ଗାନାର ଡୁଣ୍ଡିଗାଲର ବାୟୁସେନା ଏକାଡେମୀରେ ଟ୍ରେନିଂ ଚାଲିଥିବା ସମୟରେ ଅଘଟଣ ହୋଇଛି । ପାଇଲଟ୍‌ ଟ୍ରେନର ବିମାନଟିକୁ ଚଳାଉଥିଲେ । ଦୁର୍ଘଟଣାରେ ଦୁଇ ଭାରତୀୟ ବାୟୁସେନା ଆଇଏଏଫ ପାଇଲଟଙ୍କ ମୃତ୍ୟୁ ଘଟିଛି । ମୃତ ପାଇଲଟମାନଙ୍କ ମଧ୍ୟରେ ଜଣେ ପ୍ରଶିକ୍ଷକ ଥିବାବେଳେ ଅନ୍ୟଜଣେ କ୍ୟାଡେଟ୍ ଅଛନ୍ତି ବୋଲି ଅଧିକାରୀମାନେ କହିଛନ୍ତି । ବାୟୁସେନା ବିମାନ ପିସି ୭ ଏମକେ ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ସକାଳ ୮ଟା ୫୫ରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ ଦୁର୍ଘଟଣା ହେବା ପରେ ବିମାନଟି ଜଳି ଯାଇଥିଲା । ଗତ ୮ ମାସ ଭିତରେ ଭାରତୀୟ ବାୟୁସେନାର ଏହା ହେଉଛି ତୃତୀୟ ଟ୍ରେନିଂ ବିମାନ ଦୁର୍ଘଟଣା ।