ଓଡ଼ିଶା କଂଗ୍ରେସକୁ ଠକିଦେଲା କି ଏଆଇସିସି !

ଏଆଇସିସି କାର୍ଯ୍ୟକାରିଣୀ କମିଟିରେ ନାହିଁ ଓଡ଼ିଶା ନେତାଙ୍କ ନାଁ !

ରାଜନୀତିର ରଣନୀତି ଆରମ୍ଭ କରିଛି ଜାତୀୟ କଂଗ୍ରେସ । ମଇଦାନକୁ ଓହ୍ଳାଇବାକୁ ତିଆରି ହେଉଛି ବ୍ଲୁ-ପ୍ରିଣ୍ଟ । ସେପଟେ ଦଳକୁ ମଜଭୁତ କରିବା ଲାଗି ଘୋଷଣା ହୋଇଛି କାର୍ଯ୍ୟକାରିଣୀ କମିଟି । ଯେଉଁଥିରେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ମନମୋହନ ସିଂହ, ଶଶୀ ଥରୁର ଓ ସଚିନ୍ ପାଇଲଟଙ୍କ ସହ ୩୯ ଜଣ ବରିଷ୍ଠ କଂଗ୍ରେସ ନେତା ସ୍ଥାନ ପାଇଛନ୍ତି । ସିଡବ୍ଲୁସିରେ ମୋଟ୍ ୮୪ ଜଣଙ୍କ ନାଁ ରହିଥିବା ମଧ୍ୟ ଦେଖିବାକୁ ମିଳିଛି ।କିନ୍ତୁ ବଡ ଚିନ୍ତାଜନକ ବିଷୟ କି କାର୍ଯ୍ୟକାରୀ କମିଟିରେ ନହିଁ ଓଡ଼ିଶାର କୌଣସି ନେତାଙ୍କ ନାଁ । ଯେଉଁଥିପାଇଁ ବଢିଛି ଅସନ୍ତୋଷ ।

ଆଗାମୀ ଦିନରେ ନିର୍ବାଚନ ଥିବା ବେଳେ ଓଡ଼ିଶାକୁ କଂଗ୍ରେସର ଗୁରୁତ୍ଵ ନ ଦେବା ବଡ ମହଙ୍ଗା ପଡିପାରେ । କେବଳ ୧୪ ଜଣିଆ ପ୍ରଭାରୀ ତାଲିକାରେ ଭକ୍ତ ଚରଣ ଦାସଙ୍କୁ ସ୍ଥାନ ଦିଆଯାଇଛି । ଯାହାକୁ ନେଇ ରାଜ୍ୟ କଂଗ୍ରେସରେ ଅସନ୍ତୋଷ ଦେଖିବାକୁ ମିଳିଛି । ଓଡ଼ିଶାକୁ ଏଆଇସିସି ସବୁବେଳେ ଉପେକ୍ଷିତ କରୁଥିବା ଅଭିଯୋଗ ଆଣିବା ସହ ଏନେଇ ରାହୁଲ ଗାନ୍ଧୀଙ୍କୁ ଚିଠି ଲେଖିବେ ବୋଲି କହିଛନ୍ତି ବିଧାୟକ ସୁରେଶ ରାଉତରାୟ । ଏପରି ଘଟଣା କର୍ମୀମାନଙ୍କୁ ନିରୁଶ୍ଚାହିତ କରିବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରୁଛି ।