ତୃତୀୟ ଥର ପାଇଁ କେଜି୍ରୱାଲଙ୍କୁ ଇଡି ସମନ

ପୁଣି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସମନ

ପୁଣି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସମନ । ତୃତୀୟ ଥର ପାଇଁ କେଜି୍ରୱାଲଙ୍କୁ ଇଡି ସମନ । ଜାନୁଆରୀ ୩ରେ ହାଜର ହେବାକୁ ନିଦେ୍ର୍ଦଶ ଦିଆଯାଇଛି । ପୂର୍ବରୁ ୨ ଥର ହୋଇଛି ସମନ ସତ୍ତ୍ୱେ କୌଣସି କାରଣ ଦର୍ଶାଇ ହାଜର ହୋଇନାହାନ୍ତି କେଜ୍ରିୱାଲ । କେଜ୍ରିୱାଲଙ୍କ ପିଛା ଛାଡ଼ୁନି ଇଡି । ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଜେରା ପାଇଁ ତାଙ୍କୁ ତୃତୀୟ ଥର ପାଇଁ ସମନ୍ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଦୁଇ ଦୁଇଥର ହାଜିରା ଟାଳିବା ପରେ, ପୁଣି ସମନ୍ ହୋଇଛି । ପ୍ରଥମେ ନଭେମ୍ବର ୨ ଏବଂ ପରେ ଡିସେମ୍ବର ୨୧ରେ ହାଜର ହେବାକୁ କେଜ୍ରିୱାଲଙ୍କୁ ସମନ୍ କରିଥିଲା ଇଡି । ହେଲେ ଏହି ସମନକୁ ଅସ୍ପଷ୍ଟ, ଉଦ୍ଦେଶ୍ୟମୂଳକ ଓ ବେଆଇନ ଦର୍ଶାଇ ହାଜର ହୋଇନାହାନ୍ତି କେଜ୍ରିୱାଲ । ପ୍ରଥମ ସମନକୁ ନିର୍ବାଚନୀ ପ୍ରଚାର କାର୍ୟ୍ୟକ୍ରମ ଥିବା ଦର୍ଶାଇ ଏବଂ ଦ୍ୱିତୀୟ ସମନ ବେଳେ ବିପାସନା କ୍ୟାମ୍ପ ବା ଧ୍ୟାନ ଶିବିର ପାଇଁ ୧୦ ଦିନିଆ ପଞ୍ଜାବ ଗସ୍ତରେ ଯାଇ ଇଡିରେ ହାଜିରାକୁ ଟାଳିଛନ୍ତି । ଗତ ଏପ୍ରିଲରେ ସେ ସିବିଆଇ ଜେରାର ସାମ୍ନା କରିଥିଲେ । ଯଦି ଆପ୍ ମୁଖ୍ୟ ଏଥର ହାଜର ନହୁଅନ୍ତି, ତା’ହେଲେ ତାଙ୍କ ନାଁରେ ଜାମିନ ବିହୀନ ୱାରେଣ୍ଟ ଜାରି କରିପାରେ ଇଡି । \