ମୁହଁ ଫେରାଉଛନ୍ତି ଭାରତୀୟ ପର୍ଯ୍ୟଟକ, ଚୀନ ଆଗରେ ହାତ ପତାଇଲା ମାଳଦ୍ୱୀପ ସରକାର
ବଢ଼ୁଛି ଭାରତ-ମାଳଦ୍ୱୀପ ବିବାଦ । ଭାରତୀୟ ପର୍ୟ୍ୟଟକ ମୁହଁ ଫେରାଇବା ପରେ ଚୀନ ଆଶ୍ରାରେ ମାଳଦ୍ୱୀପ ରାଷ୍ଟ୍ରପତି । ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କୁ ତାଙ୍କ ଦେଶକୁ ଯଥାସମ୍ଭବ ପର୍ୟ୍ୟଟକ ପଠାଇବାକୁ ଚେଷ୍ଟା କରିବାକୁ ନିବେଦନ କରିଛନ୍ତି। ଫୁଜିଆନ ପ୍ରଦେଶରେ ଆୟୋଜିତ ମାଳଦ୍ୱୀପ ବ୍ୟବସାୟ ଫୋରମରେ ରାଷ୍ଟ୍ରପତି ମୋଇଜୁ ଏହି କଥା କହିଛନ୍ତି। ସେ କହିଛନ୍ତି କରୋନା ମହାମାରୀ ପୂର୍ବରୁ ଚାଇନା ଆମ ପାଇଁ ସବୁଠୁ ବଡ ବଜାର ଥିଲା। ତେଣୁ ଆମର ଅନୁରୋଧ ହେଉଛି ଚାଇନା ସହିତ ପୂର୍ବ ସ୍ଥିତିକୁ ଫେରିବା ପାଇଁ ଆମେ ପୁଣି ଥରେ ଚେଷ୍ଟା କରିବୁ। ଏହି ସମୟରେ ମାଳଦ୍ୱୀପରେ ଏକ ସମନ୍ବିତ ପର୍ୟ୍ୟଟନ କ୍ଷେତ୍ରର ବିକାଶ ପାଇଁ ଦୁଇ ଦେଶ ମଧ୍ୟରେ ୫୦ମିଲିୟନ ଆମେରିକୀୟ ଡଲାରର ଏକ ଚୁକ୍ତିନାମା ମଧ୍ୟ ସ୍ବାକ୍ଷରିତ ହୋଇଥିଲା। ଭାରତ ସହିତ କୂଟନୈତିକ ତିକ୍ତତା ସମୟରେ ଚାଇନା ଏବଂ ମାଳଦ୍ୱୀପ ମଧ୍ୟରେ ଥିବା ଏହ ବନ୍ଧୁତା ଦେଖିବାକୁ ମିଳିଥିଲା ଯାହା ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଷୟରେ କିଛି ମାଳଦ୍ୱୀପ ମନ୍ତ୍ରୀଙ୍କ ଆପତ୍ତିଜନକ ମନ୍ତବ୍ୟ ପରେ ସୃଷ୍ଟି ହୋଇଥିଲା। ସେପଟେ ମାଳଦ୍ୱୀପକୁ ଅନେକ ଫ୍ଲାଇଟ୍ ଏବଂ ହୋଟେଲ୍ ବୁକିଂ କ୍ୟାନସଲ୍ । ୧୦ ହଜାର ୫୦୦ରୁ ଅଧିକ ହୋଟେଲ୍ ବୁକିଂ କ୍ୟାନସଲ୍ କରିଛନ୍ତି ଭାରତୀୟ । ୫୫୦୦ରୁ ଅଧିକ ଫ୍ଲାଇଟ୍ ଟିକେଟ୍ ମଧ୍ୟ ବାତିଲ୍ ହୋଇଛି । ମାଳଦ୍ୱୀପର ପ୍ରମୁଖ ଆୟ ପର୍ୟ୍ୟଟନରୁ ହିଁ ଆସିଥାଏ । ଏବେସୁଦ୍ଧା ଗତ ୩ ଦିନରେ ୧୦୦ କୋଟି ଟଙ୍କାର କ୍ଷତି ହେଲାଣି । ଏକାଧିକ ଟ୍ରାଭେଲ୍ କଂପାନୀ ସେମାନଙ୍କର ପ୍ୟାକେଜ୍ ବାତିଲ କରିଛନ୍ତି । ମାଳଦ୍ବୀପ ହୋଟେଲ ଆସୋସିଏସନ୍ ପକ୍ଷରୁ ମେକ୍ ମାଇଁ ଟ୍ରିପକୁ ଲେଖାଯାଇଛି ଚିଠି ।