ମହାକାଶ ପରେ ମହାସାଗର ମଧ୍ୟରେ ଗବେଷଣା କରିବ ଭାରତ

‘ମତ୍ସ-6000’ ସମୁଦ୍ରଯାନରେ ଅଥଳ ସାଗର ଭେଦିବ ଭାରତ !

ଧୀରେ ଧୀରେ ବିଜ୍ଞାନର ପରିଭାଷାକୁ ବଦଳାଇବାକୁ ପ୍ରୟାସ ଜାରି ରଖିଛି ଭାରତ । ମହାକାଶ ଗବେଷଣାରେ ଢେର ସଫଳତା ହାସଲ କରିବା ପରେ ଏବେ ଅନନ୍ତ ସାଗରକୁ ଭେଦ କରିବାକୁ ଯୋଜନା କରୁଛି ଭାରତ । ଆସନ୍ତା ବର୍ଷ ମହାସାଗର ମିଶନ ଦ୍ଵାରା ଗଭୀର ସମୁଦ୍ରକୁ ଏକ ମାନବଯୁକ୍ତ ଯାନ ପଠେଇବାକୁ ଯାଉଛି ।ତେବେ ଏହି ସମୁଦ୍ରଯାନର ନାଁ ହେଉଛି ‘ମତ୍ସ-6000’ ।  ପ୍ରଥମ ପରୀକ୍ଷଣରେ ଏହା ସମୁଦ୍ରର ୫00 ମିଟର ଗଭୀରତାକୁ ଯାଇ ଅନୁଧ୍ୟାନ କରିବ ।ଏବଂ ପରେ ତିନି ଜଣ ଭାରତୀୟଙ୍କୁ ସମୁଦ୍ରରେ ୬000 ମିଟର ଗଭୀରତାକୁ ନେଇଯିବାର ଲକ୍ଷ୍ୟ ରଖିଛି ଏହି ମିଶନ ।

ସୂଚନା ଅନୁସାରେ କେନ୍ଦ୍ର ସରକାରଙ୍କ ‘ବ୍ଲୁ ଇକୋନୋମି’ କାର୍ଯ୍ୟକ୍ରମରେ ଏହି ମିଶନ ଜୁନ ୨୦୨୧ରେ ବିଜ୍ଞାନ ମନ୍ତ୍ରାଳୟ ପ୍ରାରମ୍ଭ କରିଥିଲା । ୫ ବର୍ଷ ମଧ୍ୟରେ ଏହି ମିଶନରେ ୪୦୭୭ କୋଟି ଟଙ୍କାର ଖର୍ଚ୍ଚ ଲକ୍ଷ୍ୟ ନିର୍ଦ୍ଧାରିତ କରାଯାଇଛି । ସମୁଦ୍ରଯାନ ଏହି ମିଶନର ଏକ ଅଂଶବିଶେଷ । ଦେଶର GDP ର ୪% ଅଂଶ ଏଥିସହ ଯୋଡି ହୋଇଅଛି । ଏହା ୯୫% ବ୍ୟବସାୟକୁ ସହଯୋଗ କରିବ ।  ଏହା ୧୨ ରୁ ୧୬ ଘଣ୍ଟା ନରହି ଅବିରତ ଚାଲିପାରିବ । ଏଥିରେ ୯୬ ଘଣ୍ଟା ପାଇଁ ଏଥିରେ ଅମ୍ଳଜାନ ସରଂକ୍ଷିତ ରହିପାରିବ ।  ଏହାର ବ୍ୟାସ ୨.୧ ମିଟର ଅଟେ।  ଏଥିରେ ତିନି ଜଣ ଲୋକ ବସିପାରିବେ ।  ଏହା ୮୦ ମିମି ଟାଇଟାନିୟମ୍ ମିଶ୍ରଣରେ ତିଆରି । ଏହା ସମୁଦ୍ର ପତ୍ତନ ୬୦୦୦ ମିଟର ତଳେ ସୃଷ୍ଟି ହେଉଥିବା ଚାପଠାରୁ ୬୦୦ ଗୁଣ ଅଧିକ ଚାପକୁ ସହ୍ୟ କରିପାରିବ । ତେବେ ଏହି ମିଶନରେ ସଫଳତା ହାସଲ କଲେ ଭାରତର ଇତିହାସରେ ଆଉ ଏକ ନୂଆ ଫର୍ଦ୍ଦ ଯୋଡି ହୋଇ ଯିବ ।