ଦିଲ୍ଲୀରେ ୫୨ଂ, ନାଗପୁରରେ ୫୬ଂ ତାପମାତ୍ରା

ତାତିରେ ନେଲାଣି ୫୪ ଜୀବନ

ଦୁଇ ଦିନ ତଳେ ଦେଶରେ ଦିଲ୍ଲୀ ସବୁଠୁ ଉତ୍ତପ୍ତ ସହର ଥିଲା । ଆଉ ଆଜି ନାଗପୁର । ଦିଲ୍ଲୀରେ ୫୨ ଡିଗ୍ରୀ ଥିବା ବେଳେ ଘରୁ ବାହାରିବାକୁ ଲୋକେ ଡରୁଥିଲେ । ରାସ୍ତାଘାଟ ଜନଶୂନ୍ୟ ହୋଇପଡ଼ୁଥିଲା । ଏବେ ନାଗପୁରରେ ୫୬ ଡିଗ୍ରୀ ଛୁଇଁଲାଣି । ତେବେ ଅନୁମାନ କରନ୍ତୁ ଏଠାରେ ଲୋକଙ୍କ ଅବସ୍ଥା କେମିତି ଥିବ । କେମିତି ଦିନ କାଟୁଥିବେ ଲୋକେ । ୫୬ ଡିଗ୍ରୀ ସହ ନାଗପୁର, ଦେଶର ସବୁଠାରୁ ଉତ୍ତପ୍ତ ସହର ବୋଲି ରେକର୍ଡ କରାଯାଇଛି । ଦିଲ୍ଲୀରେ ଆଜି ଦିନ ସାଢ଼େ ୨ଟା ସୁଦ୍ଧା ତାପମାତ୍ରା ୫୨.୯ ଡିଗ୍ରୀରେ ପହଞ୍ଚିଥିବା ବେଳେ ନାଗପୁରରେ ୫୬ ଡିଗ୍ରୀ ପହଞ୍ଚିଛି । ଏଠାରେ ସତେ ଯେମିତି ଆକାଶରୁ ନିଆଁ ବର୍ଷୁଛି । ଅତି ଜରୁରୀ ନଥିଲେ ଲୋକେ ଘରୁ ଗୋଡ଼ କାଢ଼ିବାକୁ ଅମଙ୍ଗ ହେଉଛନ୍ତି । ଏମିତିକି ଏକ ପ୍ରକାର ଡରୁଛନ୍ତି । କାରଣ ଖରାରେ ସନ୍‌ସ୍ଟ୍ରୋକ୍‌ର ମାତ୍ରା ବି ବଢ଼ିବାରେ ଲାଗିଛି ।

ପ୍ରଚଣ୍ଡ ରୌଦ୍ରତାପରେ ଜନଜୀବନ ଅସହ୍ୟ ହୋଇପଡିଛି। ଉତ୍ତାପ କାରଣରୁ ଦେଶବ୍ୟାପୀ ୫୪ ଜଣଙ୍କ ମୃତ୍ୟୁ ଘଟିଥିବା ରେକର୍ଡ ହୋଇଛି। ରିପୋର୍ଟ ଅନୁସାରେ, ହିଟ୍ ୱେଭ୍ କାରଣରୁ ବିହାରରେ ୩୨ ଜଣଙ୍କର ମୃତ୍ୟୁ ହୋଇଛି, ସେଥିମଧ୍ୟରୁ ୧୭ ଜଣ ଔରଙ୍ଗାବାଦର, ୬ ଜଣ ଆରହ, ଗୟା ଓ ରୋହତସରେ ୩ ଜଣ ଲେଖାଏଁ, ବକ୍ସରରେ ୨ ଏବଂ ପାଟନାରୁ ଜଣେ ଅଛନ୍ତି।