ଦିନେଶ କୁମାର ତ୍ରିପାଠୀ ନୌସେନା ମୁଖ୍ୟ
ସେନାର ମୁଖ୍ୟ ଭାବେ ଦାୟିତ୍ୱ ନେଲେ ଆଡମିରାଲ ଦିନେଶ କୁମାର ତ୍ରିପାଠୀ । ପୂର୍ବରୁ ସେ ନୌସେନାର ଉପାଧ୍ୟକ୍ଷ ଭାବେ କାର୍ୟ୍ୟ କରୁଥିଲେ। ନୌସେନାର ମୁଖ୍ୟ ଭାବେ କାର୍ୟ୍ୟ କରୁଥିବା ଆର.ହରି କୁମାର ଅବସର ନେବା ପରେ କେନ୍ଦ୍ର ସରକାର ଆଡମିରାଲ ଦିନେଶ କୁମାରଙ୍କୁ ନୌସେନା ମୁଖ୍ୟ ବାବେ ନିଯୁକ୍ତି ପ୍ରଦାନ କରିଛନ୍ତି । ନୌସେନା କ୍ଷେତ୍ରରେ ତାଙ୍କର ୪୦ ବର୍ଷର ଅଭିଜ୍ଞତା ରହିଛି। ୧୯୮୫ ଜୁଲାଇ ୧ରେ ସେ ନୌସେନାରେ ଯୋଗ ଦେଇଥିଲେ । ସେ ଭାରତୀୟ ନୌସେନାର ସବୁଠାରୁ ବରିଷ୍ଠ ଅଧିକାରୀ। ପାଶ୍ଚାତ୍ୟ ନାଭାଲ କମାଣ୍ଡରେ ଫ୍ଲାଗ୍ ଅଫିସର କମାଣ୍ଡିଂ ସହିତ ବିଭିନ୍ନ ପଦବୀରେ ରହି କାର୍ୟ୍ୟଭାର ସମ୍ଭାଳିଥିଲେ ।
ରିୱା ସୈନିକ ସ୍କୁଲ୍ ଓ ନ୍ୟାସ୍ନାଲ୍ ଡିଫେନ୍ସ ଆକାଡେମୀରେ ପାଠ ପଢ଼ିଥିବା ଶ୍ରୀ ତ୍ରିପାଠୀ ୧୯୮୫ ମସିହା ଜୁଲାଇ ୧ ତାରିଖରେ ଭାରତୀୟ ନୌସେନାରେ ଯୋଗ ଦେଇଥିଲେ। ନୌସେନାରେ ସେ ବିଭିନ୍ନ ପଦପଦବୀରେ ରହିଛନ୍ତି। ଜଣେ ଯୋଗାଯୋଗ ଓ ଇଲେକ୍ଟ୍ରିକ ଯୁଦ୍ଧ ବିଶେଷଜ୍ଞ ଭାବେ ସେ ନୌସେନାର ଫ୍ରଣ୍ଟଲାଇନ ଯୁଦ୍ଧ ଜାହାଜରେ ଏକ ସିଗନାଲ କମ୍ୟୁନିକେସନ୍ ଅଫିସର ଏବଂ ଇଲେକ୍ଟ୍ରୋନିକ୍ ୱାରଫେୟାର ଅଫିସର ଭାବରେ କାର୍ୟ୍ୟ କରିଥିଲେ। ଏବଂ ପରେ ଗାଇଡ୍ ମିସାଇଲ୍ ବିନାଶକାରୀ ଆଇଏନଏସ ମୁମ୍ବାଇର କାର୍ୟ୍ୟନିର୍ବାହୀ ଅଧିକାରୀ ତଥା ପ୍ରିନ୍ସିପାଲ୍ ୱାର୍ଫେୟାର ଅଫିସର ଭାବରେ କାର୍ୟ୍ୟ କରିଛନ୍ତି। ମଧ୍ୟପ୍ରଦେଶର ସତ୍ନାରେ ସେ ଜନ୍ମ ଗ୍ରହଣ କରିଥିଲେ। ସେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଅପରେସ୍ନାଲ ଓ ଷ୍ଟାଫ୍ ଆପଏଣ୍ଟମେଣ୍ଟ ନିଯୁକ୍ତ ହୋଇଛନ୍ତି। ଯେଉଁଥିରେ ମୁମ୍ବାଇରେ ୱେଷ୍ଟର୍ନ ଫ୍ଲାଇଟ୍ର ଫ୍ଲିଟ୍ ଅପରେସନ୍ ଅଫିସର, ନାଭାଲ୍ ଅପରେସନ୍ସର ନିର୍ଦ୍ଦେଶକ, ମୁଖ୍ୟ ନିର୍ଦ୍ଦେଶକ ନେଟୱାର୍କ ସେଣ୍ଟ୍ରିକ୍ ଅପରେସନ୍ ଏବଂ ନୂଆଦିଲ୍ଲୀରେ ନାଭାଲ୍ ପ୍ଲାନର ମୁଖ୍ୟ ନିର୍ଦ୍ଦେଶକ ପଦରେ ରହି ସାରିଛନ୍ତି। ୨୦୧୯ରେ ତାଙ୍କର ଭାଇସ୍ ଆଡ୍ମିରାଲ ପଦକୁ ପଦୋନ୍ନତି ହୋଇଥିଲା।
