ଆଦିତ୍ୟ-ଏଲ୧କୁ ବଡ଼ ସଫଳତା

ସୂର୍ଯ୍ୟଙ୍କ ରଙ୍ଗୀନ ଫଟୋ ପଠାଇଲା ଆଦିତ୍ୟ-ଏଲ୧

ଆଦିତ୍ୟ-ଏଲ୧କୁ ବଡ଼ ସଫଳତା । ସାମ୍ନାକୁ ଆସିଲା ସୂର୍ଯ୍ୟଙ୍କ ରଙ୍ଗିନ ଫଟୋ । ଏହି ଫଟୋ ଉଠାଇଛି ସୋଲାର୍ ଅଲଟ୍ରାଭାୟୋଲେଟ ଇମେଜିଂ ଟେଲିସ୍କୋପ୍ ବା ସୁଟ୍ ପେଲୋଡ୍ । ସୂର୍ଯ୍ୟରୁ ନିର୍ଗତ ଅତିବାଇଗଣୀ ରଶ୍ମିର ବିଭିନ୍ନ ତରଙ୍ଗଦୈର୍ଘ୍ୟର ଫଟୋ ଉଠାଇଛି ଆଦିତ୍ୟ ଏଲ୍-ୱାନ୍। ଏଥିରେ ସୂର୍ଯ୍ୟର ଫଟୋସ୍ଫିୟର ଓ କ୍ରୋମୋସ୍ଫିୟର ସ୍ପଷ୍ଟ ଦେଖିବାକୁ ମିଳୁଛି । ଏହି ଫଟୋ ଉଠାଇଛି ସୋଲାର୍ ଅଲଟ୍ରାଭାୟୋଲେଟ ଇମେଜିଂ ଟେଲିସ୍କୋପ୍ ବା ସୁଟ୍ ପେଲୋଡ୍ । ଫଟୋ ଗୁଡ଼ିକୁ ଇସ୍ରୋ ପକ୍ଷରୁ ଟ୍ୱିଟ୍ କରାଯାଇଛି । ପ୍ରକୃତରେ ଆଦିତ୍ୟ ଏଲ ୧ରେ ଥିବା ପେଲୋଡ୍, ସୋଲାର ଅଲ୍ଟ୍ରାଭାୟୋଲେଟ ଇମେଜିଂ ଟେଲିସ୍କୋପ ସୂର୍ୟ୍ୟଙ୍କ ପ୍ରଥମ ଫୁଲ୍ ଡିସ୍କ ଫଟୋ ପଠାଇଛି। ଏହି ସବୁ ଫଟୋ ୨୦୦ରୁ ୪୦୦ ନାନୋମିଟର ୱେଭଲେନ୍ଥ ରହିଛି। ଅର୍ଥାତ୍ ଆପଣଙ୍କୁ ସୂର୍ଯ୍ୟ ୧୧ଟି ଭିନ୍ନ ଭିନ୍ନ ରଙ୍ଗରେ ଦେଖାଯିବ।