ନିର୍ବାଚନ ସରିଛି ଦୟାକରି ମୋ ଇସ୍ତଫା ଗ୍ରହଣ କରନ୍ତୁ

‘ମୋ ଇସ୍ତଫା ଗ୍ରହଣ କରନ୍ତୁ’

ନିର୍ବାଚନ ସରିଛି ଦୟାକରି ମୋ ଇସ୍ତଫା ଗ୍ରହଣ କରନ୍ତୁ । ଏଭଳି କହିଛନ୍ତି ପଶ୍ଚିମବଙ୍ଗ କଂଗ୍ରେସ ସଭାପତି ଅଧୀର ରଞ୍ଜନ ଚୌଧୁରୀ । ସେ ଦଳର ହାଇ କମାଣ୍ଡଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି। ଇସ୍ତଫାରେ ସେ କହିଛନ୍ତି, ମମତା ବାନାର୍ଜୀଙ୍କ ସହ ମେଣ୍ଟ ପାର୍ଟି ଆଲୋଚନା କରୁଥିବାବେଳେ ମୁଁ ଇସ୍ତଫା ଦେଇଥିଲି, କିନ୍ତୁ ମୋତେ ଅଟକାଇ ଦିଆଯାଇଥିଲା। ବର୍ତ୍ତମାନ ନିର୍ବାଚନ ସରିଛି ଦୟାକରି ମୋର ଇସ୍ତଫା ଗ୍ରହଣ କରନ୍ତୁ ବୋଲି ସେ କହିଛନ୍ତି। ତେବେ ଚୂଡ଼ାନ୍ତ ନିଷ୍ପତ୍ତି ନ ହେବା ପର୍ୟ୍ୟନ୍ତ ହାଇକମାଣ୍ଡ ତାଙ୍କୁ ଏହି ପଦରେ ରହିବାକୁ କହିଛନ୍ତି।
୨୦୧୯ରୁ ୨୦୧୪ପର୍ୟ୍ୟନ୍ତ ସେ ଲୋକ ସଭାରେ କଂଗ୍ରେସର ବିରୋଧୀ ଦଳ ନେତା ଥିଲେ। ଚଳିତ ନିର୍ବାଚନରେ ସେ ପଶ୍ଚିମବଙ୍ଗର ବହରମପୁରରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। କିନ୍ତୁ ଟିଏମସି ନେତା ତଥା କ୍ରିକେଟର ୟୁସୁଫ ପଠାନ ତାଙ୍କୁ ୮୦ ହଜାରରୁ ଅଧିକ ଭୋଟରେ ପରାସ୍ତ କରି ବିଜୟୀ ହୋଇଥିଲେ। ଏହି ନିର୍ବାଚନରେ ୟୁସୁଫ ପଠାନ ୫,୨୪,୫୧୬ ଭୋଟ ପାଇଥିବାବେଳେ ଆଧୀର ରଞ୍ଜନ ଚୌଧରୀ ୪,୩୯,୪୯୪ ଭୋଟ ପାଇଛନ୍ତି।