ଗଣତନ୍ତ୍ର ଦିବସ ପୂର୍ବରୁ ଦେଶବାସୀଙ୍କୁ ସମ୍ବୋଧନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଦେଶବାସୀଙ୍କୁ ସମ୍ବୋଧନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଗଣତନ୍ତ୍ର ଦିବସ ପୂର୍ବରୁ ଦେଶବାସୀଙ୍କୁ ସମ୍ବୋଧନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ନିଜ ସମ୍ବୋଧନ କହିଛନ୍ତି ଦେଶର ବିକାଶରେ ପ୍ରତ୍ୟେକ ନାଗରିକଙ୍କ ବଡ଼ ଭୂମିକା ରହିଛି । ଆଜିର ଭାରତ ଆତ୍ମବିଶ୍ୱାସ ସହ ବଢ଼ୁଛି । ଭାରତକୁ ଲୋକତନ୍ତ୍ରର ଜନନୀ କୁହାଯାଏ । ମିଶନ ଆଦିତ୍ୟ ଏଲୱାନ, ମିଶନ ଚନ୍ଦ୍ରଯାନ ପରି ମହାକାଶରେ ସଫଳତା ଦେଶର ଆତ୍ମବିଶ୍ୱାସକୁ ବଢ଼ାଉଛି । ଏଥିସହ ଜି ୨୦ ସମ୍ମିଳନୀ, ରାମମନ୍ଦିର ନିର୍ମାଣ ଦେଶର ବଡ ଉପଲବ୍ଧି ଓ ସଫଳତା ବୋଲି କହିଛନ୍ତି ରାଷ୍ଟ୍ରପତି । ଦେଶକୁ ନୂଆ ଉର୍ଜାରେ ନେବାରେ ଆମକୁ ସୁଯୋଗ ମିଳିଛି । ବିକଶିତ ଭାରତ ଗଢ଼ିବା ଦେଶବାସୀଙ୍କ ଦାୟିତ୍ୱ । ନ୍ୟାୟିକ ପ୍ରକିୟା ଉପରେ ଦେଶବାସୀଙ୍କ ପ୍ରଗାଢ଼ ବିଶ୍ୱାସ ରହିଛି । ଏଥିସହ ଆଗାମୀ ଅଲମ୍ପିକ୍ସ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି । ଆଜିର ଭାରତ ଆତ୍ମବିଶ୍ୱାସର ସହ ଆଗକୁ ବଢୁଛି । ସୁଦୃଢ଼ ଆର୍ଥିକ ସ୍ଥିତି ଏହି ଆତ୍ମବିଶ୍ୱାସର ପ୍ରମୁଖ ଆଧାର ପାଲଟିଛି । ୮୧ କୋଟିରୁ ଅଧିକ ଲୋକଙ୍କୁ ଆଗାମୀ ୫ ବର୍ଷ ଯାଏ ମାଗଣା ରାସନ ମିଳିବ । ଏଭଳି ଜନକଲ୍ୟାଣକାରୀ ଯୋଜନା ସମ୍ଭବତଃ ବିଶ୍ୱରେ ସର୍ବବୃହତ୍ତ ବୋଲି କହିଛନ୍ତି ରାଷ୍ଟ୍ରପତି । ଆୟୁଷ୍ମାନ ଭାରତ କଥା ବି କହିଛନ୍ତି । ଯୋଜନାରେ ସବୁ ଲାଭାର୍ଥୀଙ୍କୁ ସାମିଲ କରିବା ଲକ୍ଷ୍ୟ । ଏହାସହ ଆମ ଖେଳାଳିମାନେ ପାରଦର୍ଶିତା ଲାଭ କରି ଦେଶର ସମ୍ମାନ ବଢ଼ାଇଛନ୍ତି । ଆଗାମୀ ପ୍ୟାରିସ ଅଲିମ୍ପିକରେ ଆମ ଖେଳାଳି ଅଧିକ ସଫଳ ହେବା ଆଶା । ଜଳବାୟୁ ପରିବର୍ତ୍ତନ ଚାଲେଂଜକୁ ସାମ୍ନା କରିବାକୁ ବ୍ୟକ୍ତିଗତ ପ୍ରଚେଷ୍ଟା ଲୋଡ଼ା । ଏଆଇକୁ ନେଇ ଯୁବବର୍ଗ ମଧ୍ୟରେ ନୂଆ ସମ୍ଭାବନା, ଉତ୍ସାହ ଦେଖାଦେଇଛି । ନିରବରେ ପରିଶ୍ରମ କରିଚାଲିଥିବା । କୃଷକ ବର୍ଗଙ୍କୁ ସମ୍ମାନ ଜଣାଇଲେ ରାଷ୍ଟ୍ରପତି । କୃଷକ, ସୈନିକଙ୍କୁ ସମ୍ମାନ ଜଣାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।