ଜେଲ ଯିବେ ଅଭିନେତ୍ରୀ ଜୟାପ୍ରଦା !

କର୍ମଚାରୀଙ୍କୁ ଠକିଥିବା ନେଇ କୋର୍ଟ ଶୁଣାଇଲେ ୬ମାସର ଜେଲ ଦଣ୍ଡ

ଜେଲ ଯିବେ ଅଭିନେତ୍ରୀ ତଥା ରାଜନେତା ଜୟାପ୍ରଦା। ଜଣେ ଥିଏଟର କର୍ମଚାରୀଙ୍କ ପିଟିସନ ମାମଲା ଆଧାରରେ ୬ ମାସ ଜେଲ ଯିବେ ଜୟା। ଖାଲି ସେତିକି ନୁହେଁ ଜେଲ ଦଣ୍ଡ ସହ ଗଣିବେ ୫ହଜାର ଟଙ୍କାର ଜରିମାନା । ସୂଚନା ଅନୁସାରେ ଚେନ୍ନାଇରେ ଜୟାଙ୍କ ମାଲିକାନାରେ ଥିବା ଏକ ଥିଏଟରକୁ ଚଲାଉଥାନ୍ତି ରାମ କୁମାର ଓ ରାଜା ବାବୁ ନାମକ ବ୍ୟକ୍ତି। ଥିଏଟର କର୍ମଚାରୀଙ୍କ ଇଏସଆଇ ପୈଠ କରିବାରେ ମ୍ୟାନେଜମେଣ୍ଟ ବିଫଳ ହେବାରୁ ସମସ୍ୟା ଆରମ୍ଭ ହୋଇଥିଲା, ସେମାନେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

ପରେ ଅଭିନେତ୍ରୀ କର୍ମଚାରୀଙ୍କୁ ପୂରା ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେବା ସହ ମାମଲା ଖାରଜ କରିବାକୁ କୋର୍ଟରେ ଆବେଦନ କରିଥିଲେ । ତେବେ ଶ୍ରମ ସରକାରୀ ବୀମା ନିଗମ ତାଙ୍କ ଆବେଦନକୁ ବିରୋଧ କରିବାରୁ ଜୟାପ୍ରଦା ଓ ଏହି ମାମଲା ସହ ଜଡ଼ିତ ଅନ୍ୟ ୩ ଜଣଙ୍କୁ ୬ ମାସ ଜେଲ ଦଣ୍ଡାଦେଶ ହୋଇଛି । ଏହି ଖବର ସାମ୍ନାକୁ ଆସିବା ପରେ ଏବେ ଚିନ୍ତା ବଢିଛି । ସେପଟେ ଜୟାଙ୍କ ପ୍ୟାନ୍ସ ମାନେ ମଧ୍ୟ ଦୁଃଖିତ ଥିବା ଦେଖିବାକୁ ମିଳିଛି ।