ଅବୁ ଧାବିରେ ହିନ୍ଦୁ ମନ୍ଦିରର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

ଅବୁ ଧାବିରେ ହିନ୍ଦୁ ମନ୍ଦିରର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁଏଇର ଅବୁ ଧାବିରେ ଥିବା ବିଏପିଏସ୍‌ ହିନ୍ଦୁ ମନ୍ଦିରର ପ୍ରାଣ ପ୍ରତିଷ୍ଠା ମହୋତ୍ସବରେ ଯୋଗଦେବେ। ମନ୍ଦିର ପକ୍ଷରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିମନ୍ତ୍ରଣ କରାଯାଇଛି। ନିମନ୍ତ୍ରଣ କରିବାକୁ ମନ୍ଦିରର ଏକ ପ୍ରତିନିଧୀମଣ୍ଡଳ ନୂଆଦିଲ୍ଲୀର ୭ ଲୋକ କଲ୍ୟାଣ ମାର୍ଗସ୍ଥିତ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିଥିଲେ। ପ୍ରଧାନମନ୍ତ୍ରୀ ମନ୍ଦିରର ନିମନ୍ତ୍ରଣ ଗ୍ରହଣ କରିଛନ୍ତି। ମନ୍ଦିରର ପ୍ରାଣ ପ୍ରତିଷ୍ଠା ମହୋତ୍ସବ ୧୪ ଫେବୃୟାରୀ ୨୦୨୪ରେ ଅନୁଷ୍ଠିତ ହେବ।