ଇଣ୍ଡିଆ ମେଣ୍ଟକୁ ଝଟକା

ଇଣ୍ଡିଆ ମେଣ୍ଟକୁ ଝଟକା: ଏକା ଲଢ଼ିବେ ମମତା, ଭଗୱନ୍ତ ମାନ୍

ଇଣ୍ଡିଆ ମେଣ୍ଟକୁ ଝଟକା । ଏକା ଲଢ଼ିବେ ମମତା, ଭଗୱନ୍ତ ମାନ୍। କଂଗ୍ରେସ ମେଣ୍ଟ କରିବେ ନାହିଁ କହିଲେ। ମମତା ବାନାର୍ଜୀ ଘୋଷଣା କରିଛନ୍ତି କି ପଶ୍ଚିମବଙ୍ଗର ସମସ୍ତ ଲୋକସଭା ଆସନରେ ଟିଏମସି ପ୍ରାର୍ଥୀ ଦେବ । ଏହାସହ ନିର୍ବାଚନ ଫଳାଫଳ ଆସିବା ପରେ କଂଗ୍ରେସ ସହ ମେଣ୍ଟ ହେବ କି ନାହିଁ ତାହା ବିଚାର କରାଯିବ ବୋଲି ମମତା ବାନାର୍ଜୀ କହିଛନ୍ତି । ମମତା ବାନାର୍ଜୀ କଂଗ୍ରେସ ସହ ମେଣ୍ଟ କରିବେ ନାହିଁ ବୋଲି ସ୍ପଷ୍ଟ କରିବାର କିଛି ସମୟ ପରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ମଧ୍ୟ ପଞ୍ଚାବରେ କଂଗ୍ରେସ ସହ ମେଣ୍ଟ ହେବ ନାହିଁ ବୋଲି ଜଣାଇଛନ୍ତି । ଭଗୱନ୍ତ ମାନ୍ କହିଛନ୍ତି କି ପଞ୍ଜାବରେ ମୋଟ ୧୩ଟି ଯାକ ଲୋକସଭା ଆସନରେ ଆମ ଆଦମୀ ତରଫରୁ ପ୍ରାର୍ଥୀ ଦିଆଯିବ । ଏହାସହ ସେହି ୧୩ଟି ଆସନ ପାଇଁ ୪୦ ଜଣ ଆଶାୟୀଙ୍କ ନାମ ଉପରେ ଚର୍ଚ୍ଚା ଚାଲିଥିବା କଥା ସେ କହିଛନ୍ତି ।