ନାଗପୁରରେ ବଡ ଧରଣର ବିସ୍ଫୋରଣ

ଭୟଙ୍କର ବିସ୍ଫୋରଣ, ୯ ଜଣଙ୍କ ମୃତ୍ୟୁ

ନାଗପୁରରେ ବଡ ଧରଣର ବିସ୍ଫୋରଣ । ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ଜଣ ଗୁରୁତର ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଅଛନ୍ତି ୩ଜଣ ମହିଳା ଓ ୬ଜଣ ପୁରୁଷ । ନାଗପୁରର ଏକ ସୋଲାର କମ୍ପାନୀରେ ଭୟଙ୍କର ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣର କାରଣ ଜଣାପଡିନାହିଁ। ବିସ୍ଫୋରଣ ବେଳେ କମ୍ପାନୀ ଭିତରେ ୧୨ଜଣ କର୍ମଚାରୀ ଥିଲେ । ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାସ୍ଥଳରେ ତଦନ୍ତ ଚଳାଇଛି । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ମୃତ୍ୟୁ। ତେବେ ଏହି ଦୁର୍ଘଟଣା କେମିତି ହେଲା ସେନେଇ ତଦନ୍ତ ଚାଲିଛି । ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ମହାରାଷ୍ଟ୍ର ସରକାର । କୁହାଯାଉଛି, କାରଖାନାରେ ବିସ୍ଫୋରକ ପ୍ୟାକିଂ ବେଳେ ହଠାତ୍ ବିସ୍ଫୋରଣ ହୋଇ କାରଖାନାର ଛାତ ଉଡିଯାଇଛି । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ କମ୍ପି ଉଠିଥିଲା ଆଖପାଖର ଅଂଚଳ । ଏହାପରେ କାରଖାନାରେ ବିଷାକ୍ତ ଗ୍ୟାସ ବ୍ୟାପିଯାଇଥିବାରୁ ଅନେକ କର୍ମଚାରୀ ଅସୁସ୍ଥ ହୋଇପଡିଛନ୍ତି ।