ଛୁଟିରେ ଏୟାର ଇଣ୍ଡିଆ କ୍ରିଉ ମେମ୍ବର, ୭୦ରୁ ଅଧିକ ଉଡ଼ାଣ ବାତିଲ

ସମୂହ ଛୁଟିରେ କ୍ରିଉ ମେମ୍ବ

ସମୂହ ଛୁଟିରେ ଏୟାର ଇଣ୍ଡିଆ ଏକ୍ସପ୍ରେସର ଶତାଧିକ କ୍ରିଉ ମେମ୍ବର । ଅସୁସ୍ଥତା ଦର୍ଶାଇ ସମୂହ ଛୁଟିରେ କ୍ରିଉ ମେମ୍ବର । ୭୦ରୁ ଅଧିକ ଉଡ଼ାଣ ବାତିଲ । ଏୟାର ଇଣ୍ଡିଆ ଏକ୍ସପ୍ରେସର ଘରୋଇ, ଆନ୍ତର୍ଜାତୀୟ ଉଡ଼ାଣ ବାତିଲ । ସକାଳୁ ଏହି ଦୁଇ ଏୟାରଲାଇନ୍ସର ୮୬ଟି ବିମାନ ଉଡ଼ାଣ ବାତିଲ ହୋଇଛି । କାରଣ ଅନେକ ପାଇଲଟଙ୍କ ସହ ପାଖାପାଖି ୩୦୦ କ୍ରିଉ ମେମ୍ବର୍ସ ଏକକାଳୀନ ସିକ୍ ଲିଭ୍ ନେଇ ଛୁଟିରେ ଯାଇଛନ୍ତି । ତେବେ ଏତେ ସଂଖ୍ୟକ କ୍ରିଉ ମେମ୍ବର୍ସ ହଠାତ ଏଭଳି ପଦକ୍ଷେପ କାହିଁକି ନେଇଛନ୍ତି ତାହା ଏଯାଏଁ ଜଣାପଡିନାହିଁ । ମିଳିଥିବା ସୂଚନା ଅନୁଯାୟୀ, ଏୟାର ଇଣ୍ଡିଆ ଓ ଏୟାର ଇଣ୍ଡିଆ ଏକ୍ସପ୍ରେସ ମିଶିବାକୁ ଯାଉଥିବାରୁ ଉଭୟ ଏୟାରଲାଇନ୍ସର ପାଇଲଟ ଓ କ୍ୟାବିନ୍ କ୍ରିଉ ମାନେ ନିଜ ଚାକିରି ପ୍ରତି ବିପଦ ଅନୁଭବ କରି ପ୍ରତିବାଦ କରିଥିଲେ । ସେଥିପାଇଁ ସମସ୍ତେ ବିରୋଧ କରୁଛନ୍ତି। ଗତକାଲି ରାତିରୁ ଆନ୍ଦୋଳନ ଜୋରଦାର ହୋଇଥିବାରୁ ପାଇଲଟ୍ ଓ ଅନ୍ୟ କର୍ମଚାରୀ ସମୂହ ଛୁଟିରେ ଯାଇଛନ୍ତି । ଯେତେବେଳେ ଏୟାର ଇଣ୍ଡିଆ କେନ୍ଦ୍ର ସରକାରଙ୍କ ଅଧିନରେ ଥିଲା, ସେତେବେଳେ ଅନେକ ୟୁନିୟନ ପାଇଲଟ ଏବଂ କ୍ୟାବିନ୍ କ୍ରିଉଙ୍କ ସ୍ୱାର୍ଥ ପାଇଁ କାର୍ୟ୍ୟରତ ଥିଲେ, କିନ୍ତୁ ବର୍ତ୍ତମାନ ଘରୋଇ ହେବା ପରେ ଏହି ୟୁନିୟନ ଗୁଡ଼ିକର କିଛି ଗୁରୁତ୍ୱ ନାହିଁ । ଏହି ସବୁ କାରଣରୁ ଏୟାରଲାଇନ୍ସ କର୍ମଚାରୀମାନେ ଅସନ୍ତୁଷ୍ଟ ହୋଇ ପ୍ରତିବାଦ କରୁଛନ୍ତି। ଫଳରେ ସୋମବାର ସନ୍ଧ୍ୟାରୁ ଅନେକ ବିମାନ କର୍ମଚାରୀ ଅସୁସ୍ଥ ଏବଂ କ୍ରିଉ ମେମ୍ବର ଅସୁସ୍ଥ ଥିବା ଦର୍ଶାଇଥିଲେ । ତେଣୁ କୋଚି, କାଲିକଟ ଏବଂ ବେଙ୍ଗାଲୁରୁ ସମେତ ବିମାନବନ୍ଦରରେ ଅନେକ ବିମାନ ବାତିଲ କରାଯାଇଥିଲା। ଖୁବଶୀଘ୍ର ସମସ୍ୟାର ସମାଧାନ ନହେଲେ ଏୟାର ଇଣ୍ଡିଆ ଓ ଏୟାର ଇଣ୍ଡିଆ ଏକ୍ସପ୍ରେସର ଅନେକ ବିମାନ ବାତିଲ କରାଯିବ ବୋଲି ସୂଚନା ରହିଛି ।