ଛତିଶଗଡ଼ ବିଜାପୁର ଜଙ୍ଗଲରେ ଏନକାଉଣ୍ଟର

ଯବାନଙ୍କ ଗୁଳିରେ ଟଳିଲେ ୬ ନକ୍ସଲ

ଯବାନଙ୍କ ଗୁଳିରେ ଟଳିପଡିଲେ ୬ ନକ୍ସଲ । ଛତିଶଗଡ଼ରେ ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଛତିଶଗଡ଼ ବିଜାପୁର ଜିଲ୍ଲା ଚିକୁରବାଟି-ପୁସବାକା ନିକଟ ଜଙ୍ଗଲରେ ଏନକାଉଣ୍ଟର ହୋଇଛି । ଯବାନଙ୍କ ଗୁଳିରେ ୬ ଜଣ ନକ୍ସଲ ନିହତ ହୋଇଛନ୍ତି । ଡିଆରଜି, ସିଆରପିଏଫ୍ ୨୨୯ ଓ କୋବ୍ରା ବାହିନୀ ମିଳିତ ଅପରେସନ୍ କରୁଥିବା ବେଳେ ନକ୍ସଲଙ୍କ ସହ ଗୁଳିବିନିମୟ ହୋଇଥିଲା । ଏହି ଅପରେସନରେ ଜିଲ୍ଲା ରିଜର୍ଭ ଗାର୍ଡ, ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ ଏବଂ କୋବ୍ରାର କର୍ମଚାରୀମାନେ ସମ୍ପୃକ୍ତ ଥିଲେ । ଗୁଳି ବର୍ଷଣ ବନ୍ଦ ହେବା ପରେ ଘଟଣାସ୍ଥଳରୁ ଜଣେ ମହିଳାଙ୍କ ସମେତ ୬ ଜଣ ନକ୍ସଲଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ବର୍ତ୍ତମାନ ପର୍ୟ୍ୟନ୍ତ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି ବୋଲି ସୂଚନା ମିଳିଛି ।