ଚଳନ୍ତା ଟ୍ରେନରେ ଫୁଟିଲା ଗୁଳି, ୪ ମୃତ

RPF କନଷ୍ଟେବଳଙ୍କ ଗୁଳିରେ ASIଙ୍କ ସମେତ ୩ ମୃତ

ଚଳନ୍ତା ଟ୍ରେନରେ ଗୁଳିମାଡ଼ । ଗୁଜୁରାଟରୁ ମୁମ୍ବାଇ ଯାଉଥିବା ଏକ୍ସପ୍ରେସ ଟ୍ରେନରେ ଆରପିଏଫ କନଷ୍ଟେବଳ ଗୁଳିମାଡ କରିବାରୁ ୪ ଜଣଙ୍କ ମୃତ୍ୟୁ ଘଟିଛି । କେଉଁ ପରିସ୍ଥିତିରେ ଗୁଳିମାଡ଼ ହୋଇଛି ସେନେଇ କୌଣସି ସ୍ପଷ୍ଟ ସୂଚନା ନାହିଁ । ମୃତକଙ୍କ ମଧ୍ୟରେ ଜଣେ ପୋଲିସ ସବ ଇନସପେକ୍ଟର ରହିଛନ୍ତି । ଆରପିଏଫର କନଷ୍ଟେବଳ ଚେତନ ସିଂ ଟ୍ରେନ ଭିତରେ ଏହି ଗୁଳିକାଣ୍ଡ ଭିଆଇଛନ୍ତି । ଏବେ ଜିଆରପି କନଷ୍ଟେବଳଙ୍କୁ ଗିରଫ କରିଛି । ୧୨୯୫୬ ନମ୍ବର ବିଶିଷ୍ଟ ଜୟପୁର-ମୁମ୍ବାଇ ସୁପର ଫାଷ୍ଟ ଏକ୍ସପ୍ରେସ ଟ୍ରେନର ବି-ଫାଇଭ ବଗିରେ ଏହି ଅଘଟଣ ଘଟିଛି । ଟ୍ରେନଟି ପାଲଘର ରେଲୱେ ଷ୍ଟେସନ ଅତିକ୍ରମ କରିବା ପରେ ଚେତନ ସିଂହ ଏହି ଗୁଳିକାଣ୍ଡ ଘଟାଇଥିଲେ । ଗୁଳି କରିବା ପରେ ସେ ଦହିଶାର ଷ୍ଟେସନରୁ ଓହ୍ଲାଇ ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ରେଲୱେ ପୋଲିସ ତାଙ୍କୁ ଗିରଫ କରିଛି । ତେବେ କେଉଁ ପରିସ୍ଥିତିରେ ଚେତନ ସିଂହ ଗୁଳିମାଡ କଲେ ତାକୁ ନେଇ ଏବେ ପ୍ରଶ୍ନ ଉଠିଛି । ସେହିପରି ଯେଉଁମାନେ ପ୍ରାଣ ହରାଇଛନ୍ତି ସେମାନଙ୍କର ପରିଚୟ ମିଳିପାରି ନାହିଁ । ତେବେ ତାଙ୍କ ସହ ଆରପିଏଫ କନଷ୍ଟେବଳଙ୍କର କୌଣସି ବିବାଦ ଥିଲା କି ନାହିଁ ତାହା ମଧ୍ୟ ଏବେ ସୁଦ୍ଧା ଅସ୍ପଷ୍ଟ ରହିଛି ।