ପଥର ଖୋଲରେ ଫସି ରହିଥିଲା ନିରୀହ ଜୀବନ

୫ଦିନ ପରେ ଉଦ୍ଧାର ହେଲେ ୪ ଶିଶୁ

କଥାରେ ଅଛି ଯାହାକୁ ରଖିବେ ଅନନ୍ତ, କି କରିପାରିବେ ବଳବନ୍ତ । ମୃତ୍ୟୁର ବିଭୀଷିକା ଭିତରେ ବି ଆଶାର କିରଣ। ୫ ଦିନ ହେଲା ଘଞ୍ଚ ଜଙ୍ଗଲ ଭିତରେ ପଥର ଖୋଲରେ ଫସି ରହିଥିଲା ନିରୀହ ଜୀବନ। ଅବିଶ୍ରାନ୍ତ ବର୍ଷା ଓ ପଥୁରିଆ ରାସ୍ତାରେ ୪ ଘଣ୍ଟାର ଟ୍ରେକିଂ ପରେ, ୪ କଅଁଳ ଶିଶୁଙ୍କୁ ବିପଦ ମୁହଁରୁ ଟାଣି ଆଣିଲେ ଉଦ୍ଧାରକାରୀ । କେରଳ ୱାୟନାଟଡରେ ହୋଇଥିବା ଭୟଙ୍କର ଭୂସ୍ଖଳନରେ ୩୫୦ରୁ ଅଧିକ ଲୋକଙ୍କ ମୃତୁ୍ୟ ହୋଇସାରିଛି । କିନ୍ତୁ ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଜଟିଳ ରେସ୍କୁ୍ୟ ଅପରେସନ ଭିତରେ ଏହି ରେସ୍କୁ୍ୟ ଟି ଚର୍ଚ୍ଚାର ବିଷୟ ପାଲଟିଛି । ସୋସିଆଲ ମିଡିଆରେ ଭାଇରାଲ ହେଉଛି ବନ କର୍ମଚାରୀଙ୍କ ସାହାସିକ ଉଦ୍ଧାର ଅଭିଯାନର ଭିଡିଓ ।

ସୂଚନା ଅନୁସାରେ ୪ଶିଶୁ ଏବଂ ତାଙ୍କ ବାପା ମାଆଙ୍କୁ ଉଦ୍ଧାର କରିଛନ୍ତି ବନକର୍ମଚାରୀ । ୮ ଘଣ୍ଟା ଅପରେସନ ପରେ ୬ଜଣଙ୍କୁ ଉଦ୍ଧାର କରାଯାଇଛି । ଏଥିପାଇଁ ୪ଘଣ୍ଟା ଧରି ବର୍ଷାରେ ଭିଜି ଭିଜି ପାହାଡ଼ ଓ ଜଙ୍ଗଲ ଭିତରେ ଦେଇ ସେମାନଙ୍କୁ ଯିବାକୁ ପଡିଥିଲା । ଶିଶୁ ମାନଙ୍କର ବୟସ ଏକ ବର୍ଷରୁ ୪ ବର୍ଷ ଭିତରେ ବୋଲି ସୂଚନା ମିଳିଛି । ବନ କର୍ମଚାରୀମାନେ ଶିଶୁ ମାନଙ୍କର ମାଆଙ୍କୁ ଜଙ୍ଗଲରେ ଖାଦ୍ୟ ଅନ୍ୱେଶଣରେ ବୁଲୁଥିବାର ଦେଖିବାକୁ ପାଇଥିଲେ । ସେମାନେ ୫ଦିନ ହେଲା ପାହଡ ଉପରେ ଏକ ଫଥର ଖୋଲ ଭିତରେ ନଖାଇ ନପିଇ ଫସିରହିଥିବା କହିଥିଲେ ମହିଳା । ଏହା ପରେ ରେସ୍କୁ୍ୟ ଅପରେସନ ଆରମ୍ଭ କରିଥିଲା ଟିମ । ଦୀର୍ଘ ୮ଘଣ୍ଟାର ଟ୍ରେକିଂ ପରେ ସୁରକ୍ଷିତ ଉଦ୍ଧାର ହୋଇଛି ୬ ଜୀବନ ।

Leave a Reply

Your email address will not be published. Required fields are marked *