ମହିଳା ସଂରକ୍ଷଣ ବିଲ୍ କୁ କ୍ୟାବିନେଟ୍ ମଞ୍ଜୁରୀ
ମହିଳା ସଂରକ୍ଷଣ ବିଲକୁ କେନ୍ଦ୍ର କ୍ୟାବିନେଟ୍ ମଂଜୁରୀ ଦେଇଛି । ଏହି ବିଲ୍ ଅନୁସାରେ ମହିଳାମାନଙ୍କୁ ଲୋକସଭା ଓ ରାଜ୍ୟ ବିଧାନସଭାରେ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ଦିଆଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ସୋମବାର ସଂଧ୍ୟାରେ ବସିଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି ବିଲକୁ ମଞ୍ଜୁରୀ ଦିଆଯାଇଛି । ତେବେ ଏହି କ୍ୟାବିନେଟ୍ ନିଷ୍ପତ୍ତି ସଂପର୍କରେ କେନ୍ଦ୍ର ସରକାର ଏପର୍ଯ୍ୟନ୍ତ ଔପଚାରିକଭାବେ ଘୋଷଣା କରିନାହାନ୍ତି ।
