ସଫଳ ହେଲା ରେସ୍କ୍ୟୁ ଅପରେସନ

୯୦ ଫୁଟ ଗର୍ତ୍ତରୁ ସୁରକ୍ଷିତ ଉଦ୍ଧାର ହେଲା ଶିବମ

ସଫଳ ହେଲା ଅପରେସନ ଶିବମ । ବୋରଓ୍ବେଲ ପାଇଁ ଖୋଳାଯାଇଥିବା ୯୦ ଫୁଟ ଗର୍ତ୍ତରୁ ଉଦ୍ଧାର ହେଲା ଶିଶୁ । ତିନିବର୍ଷର ଶିଶୁ ଶିବମ ସୁରକ୍ଷିତ ଉଦ୍ଧାର ହେବା ପରେ ଉଦ୍ଧାରକାରୀ ଟିମ୍ ଭିତରେ ଖୁସିର ଲହରୀ ଖେଳିଯାଇଛଇ । ବିହାର ନାଳନ୍ଦା ଜିଲ୍ଲା କୁଲଗାଁରେ ଅଭାବନୀୟ ଘଟଣା ଘଟିଥିଲା। ଘର ପଛପଟେ ଖେଳୁଥିବା ବେଳେ ୯୦ ଫୁଟର ଏକ ବୋରଓ୍ବେଲ ଗର୍ତ୍ତରେ ତିନି ବର୍ଷର ଶିଶୁ ଖସିପଡ଼ିଥିଲା। ପ୍ରାୟ ୪୦ରୁ ୫୦ ଫୁଟ ତଳେ ଶିଶୁଟି ଅଟକି ରହିଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ରେସ୍କ୍ୟୁ ଅପରେସନ କରାଯାଇଥିଲା । ଉଦ୍ଧାର କାର୍ଯ୍ୟରେ ପୋଲିସ, ଅଗ୍ନିଶମ ବାହିନୀ ଓ ଏନଡିଆରଏଫ ଟିମ୍ ସାମିଲ ଥିଲେ ।