କୁନୋ ନ୍ୟାଶନାଲ ପାର୍କରେ ଆଖିବୁଜିଲା ଚିତା ‘ଶୌର୍ଯ୍ୟ’

ଆଖିବୁଜିଲା ଚିତା ‘ଶୌର୍ଯ୍ୟ’

ଆଖିବୁଜିଲା ଚିତା ‘ଶୌର୍ଯ୍ୟ’। କୁନୋ ନ୍ୟାଶନାଲ ପାର୍କରେ ଆଖିବୁଜିଲା ଚିତା ‘ଶୌର୍ଯ୍ୟ’। ନାମିବ୍ୟାରୁ ଆସିଥିବା ଆଉ ଏକ ଚିତା ଆଖି ବୁଜିଛି । ଏହାକୁ ମିଶାଇ କୁନୋ ନ୍ୟାଶନାଲ ପାର୍କରେ ୧୦ ଚିତାଙ୍କ ମୃତ୍ୟୁ ହୋଇସାରିଲାଣି। ଏଥିରେ ୭ ଚିତା ଏବଂ ୩ ଶାବକ ସାମିଲ ରହିଛନ୍ତି। ତେବେ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଚିତା ମୃତ୍ୟୁର କାରଣ ଜଣାପଡ଼ିବ। କୁନୋର ଏପିସିସିଏଫ୍‌ ଏବଂ ଲାୟନ ପ୍ରୋଜେକ୍ଟର ନିର୍ଦ୍ଦେଶକଙ୍କ କହିବା ଅନୁସାରେ, ଆଜି ପ୍ରାୟ ୩ଟା ୧୭ମି.ରେ ଚିତା ଶୌର୍ଯ୍ୟର ମୃତ୍ୟୁ ହୋଇଛି। ମୃତ୍ୟୁର କାରଣ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଜଣାପଡିବ। ଚିତାମାନଙ୍କୁ ମନିଟରିଂ କରୁଥିବା ଟିମ ସକାଳ ୧୧ଟା ବେଳେ ଶୌର୍ଯ୍ୟର ଖରାପ ସ୍ବାସ୍ଥ୍ୟ ନେଇ ଜଣାଇଥିଲେ। ଏହାପରେ ତୁରନ୍ତ ଏକ ଡାକ୍ତରୀ ଟିମ୍‌ ସେଠାକୁ ପଠାଯାଇଥିଲା। ତାକୁ ସିପିଆର୍‌ ଦେବା ପରେ ମଧ୍ୟ ସ୍ବାସ୍ଥାବସ୍ଥ୍ୟାରେ ସୁଧାର ହୋଇ ନ ଥିବା ସେ କହିଛନ୍ତି