ଭାରତରେ ଅନୁପ୍ରବେଶ ଅପେକ୍ଷାରେ ୩୦୦ ଆତଙ୍କବାଦୀ

ଭାରତରେ ପ୍ରବେଶ କରିବେ ୨୫୦-୩୦୦ ପାକିସ୍ତାନୀ ଆତଙ୍କବାଦୀ

ଭାରତରେ ଦିନକୁ ଦିନ ଆତଙ୍କୀ କାର୍ଯ୍ୟକଳାପ ବଢ଼ିବାରେ ଲାଗିଛି । ଭାରତରେ ଆତଙ୍କବାଦୀ ସଂଗଠନ ସୁଦୃଢ କରିବା ଲକ୍ଷ୍ୟରେ ପାକିସ୍ତାନ ଆତଙ୍କବାଦୀ। ଭାରତରେ ଅନୁପ୍ରବେଶ କରିବା ଅପେକ୍ଷାରେ ଏବେ ୨୫୦-୩୦୦ ପାକିସ୍ତାନୀ ଆତଙ୍କବାଦୀ । ପାକିସ୍ତାନ ସୀମା ଲଞ୍ଚପ୍ୟାଡରେ ଏହି ଆତଙ୍କବାଦୀମାନେ ରହିଛନ୍ତି । ଜାମ୍ମୁ-କାଶ୍ମୀରରେ ଅନୁପ୍ରବେଶ କରିବାକୁ ଏହି ଆତଙ୍କବାଦୀ ଅପେକ୍ଷା କରିଛନ୍ତି। ଗୁଇନ୍ଦା ସୂଚନା ଆଧାରରେ ଏହି ସୂଚନା ଦେଇଛନ୍ତି ବିଏସଏଫର ଜଣେ ବରିଷ୍ଠ ଅଧିକାରୀ। ଏହି ଗୁଇନ୍ଦା ସୂଚନା ମିଳିବ ପରେ ହାଇ ଆଲର୍ଟ ଜାରି କରାଯାଇଛି । ସୁରକ୍ଷା ବାହିନୀକୁ ସତର୍କ କରାଯାଇଛି। ସୀମାରେ କୌଣସି ପ୍ରକାରର ଅନୁପ୍ରବେଶ ଉଦ୍ୟମକୁ ବିଫଳ କରିବାକୁ ସେନାକୁ ନିର୍ଦ୍ଦେଶ ଦିଆଯାଇଛି । ଜାମ୍ମୁ-କାଶ୍ମୀର ପୁଲୱାମାରେ ବିଏସ୍‌ଏଫ୍‌ ଆଇଜି ଅଶୋକ ଯାଦବ କହିଛନ୍ତି, ଆତଙ୍କୀ ଗତିବିଧିକୁ ନଜରରେ ରଖି ଆମେ ସେନା ଓ ବିଏସ୍‌ଏଫ୍‌ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛୁ। ସମ୍ବେଦନଶୀଳ ଅଞ୍ଚଳ ଗୁଡ଼ିକରେ ନଜର ରଖିବାକୁ ତାଙ୍କୁ ବିଶେଷ ଭାବରେ କୁହାଯାଇଛି।