ତାମିଲନାଡୁରେ ବିଷାକ୍ତ ମଦ ନେଲା ଜୀବନ

ବିଷାକ୍ତ ମଦ ନେଲା ୨୫ ଜୀବନ

ତାମିଲନାଡୁରେ ବିଷାକ୍ତ ମଦ ନେଲା ଜୀବନ । ଶେଷ ଖବର ସୁଦ୍ଧା ୨୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬୦ରୁ ଅଧିକ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ତାମିଲନାଡୁ କଲ୍ଲାକୁରିଚି ଜିଲ୍ଲାପାଳ ଏହି ସୂଚନା ଦେଇଛନ୍ତି । ମୃତ୍ୟୁ ସଂଖ୍ୟା ବଢିବାର ସମ୍ଭାବନା ରହିଛି । ମଦ ବିକ୍ରେତା ଗିରଫ, ଜବତ ହୋଇଛି ୨୦୦ ଲିଟରରୁ ଅଧିକ ମଦ । ମୁଖ୍ୟମନ୍ତ୍ରୀ ଏମ୍, କେ ଷ୍ଟାଲିନ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି । କେଉଁ କାରଣ ପାଇଁ ଏପରି ବିଷାକ୍ତ ମଦ ବଜାରକୁ ଆସିଲା ଏବଂ ଏହାକୁ ରୋକିବା ପାଇଁ ନିୟୋଜିତ ଥିବା ସରକାରୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଷ୍ଟାଲିନ୍ ଏକ୍ସରେ କହିଛନ୍ତି ।ଜବତ ହୋଇଥିବା ମଦରେ ‘ମିଥାନୋଲ’ର ମିଶ୍ରଣ ରହିଥିବା ଅଭିଯୋଗ ରହିଛି ।