୨୧ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ ଉଦ୍ଧବ ସେନା !
ମହାରାଷ୍ଟ୍ର ରାଜନୀତିରେ ହଲଚଲ ସୃଷ୍ଟି ହୋଇଛି । ଆଗକୁ ନିର୍ବାଚନ ଥିବାବେଳେ କିଏ କେତୋଟି ଆସନରୁ ଲଢିବ ସେନେଇ ଏକ ତାଲିକା ସାମ୍ନାକୁ ଆସିଛି । ମହାରାଷ୍ଟ୍ରରେ ଉଦ୍ଧବସେନା ୨୧ ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବାର ସମ୍ଭାବନା ଥିବାବେଳେ କଂଗ୍ରେସ ୧୫ ଟି ଆସନରେ ଲଢିପାରେ । ଏନସିପିର ଶରଦ ପାୱାର ଦଳ ଆସନ୍ତା ଲୋକସଭା ନିର୍ବାଚନରେ ୯ ସିଟ୍ ପାଇପାରନ୍ତି ବୋଲି ସୂତ୍ରରୁ ପ୍ରକାଶ ପାଇଛି । ମହାରାଷ୍ଟ୍ରର ବିରୋଧୀ ଦଳ ମାହା ବିକାଶ ଅଘାଡି ସରକାର ଆସନ୍ତା ଲୋକସଭା ନିର୍ବାଚନ ପାଇଁ ଆସନ ବାଣ୍ଟିବା ନେଇ ଚୁକ୍ତିହୋଇଛିି । ସୂତ୍ରରୁ ପ୍ରକାଶ ଯେ ପ୍ରକାଶ ଆମ୍ବେଦକରଙ୍କ ନେତୃତ୍ୱରେ ଦଳ ଭଞ୍ଚିତ ବାହୁଜନ ଆଗାଡି ଦୁଇଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବାର ସମ୍ଭାବନା ରହିଛି । ଏବଂ ରାଜୁ ଶେଟ୍ଟୀ ସ୍ୱାଭିମାନି ପକ୍ଷରୁ ଗୋଟିଏ ଆସନ ପାଇପାରନ୍ତି।