ବଦଳି ଅବଧି ବଢାଇବାକୁ ଆରବିଆଇର ଆଲୋଚନା !
ଆପଣଙ୍କ ପାଖରେ ଅଛି କି ୨୦୦୦ଟଙ୍କିଆ ନୋଟ , ତେବେ ଆଜି ହିଁ ଏହାକୁ ବଦଳାଇ ଦିଅନ୍ତୁ କାହିଁକି ନା ଆଜି ଶେଷ ହେଉଛି ୨ ହଜାର ଟଙ୍କିଆ ନୋଟ୍ ବଦଳର ଅବଧି । ତେବେ ସୂଚନା ଅନୁଯାୟୀ ମେ’ ୧୯ରେ ଏହି ନୋଟ୍ ପ୍ରତ୍ୟାହାର ବାବଦରେ ଘୋଷଣା କରିଥିଲା ଆରବିଆଇ । ମେ’ ୨୩ରୁ ନୋଟ୍ ବଦଳାଇବା ପ୍ରକ୍ରିୟା ଆରମ୍ଭ ହୋଇଥିଲା । ନୋଟ୍ଗୁଡ଼ିକୁ ବ୍ୟାଙ୍କରେ ବଦଳାଇବା ଓ ଜମା କରିବା ଲାଗି ରିଜର୍ଭ ବ୍ୟାଙ୍କ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ସମୟ ଦେଇଥିଲା ଯାହା ଆଜି ଶେଷ ହେଉଛି । ତେଣୁ ଆପଣଙ୍କ ପାଖରେ ଯଦି ଏହି ନୋଟ ଅଛି ତେବେ ତୁରନ୍ତ ଏହାକୁ ବଦଳାଇ ଦିଅନ୍ତୁ ନହେଲେ ଏହା କାଲିଠୁ ସଂପୂର୍ଣ୍ଣ ଭାବେ ଅକାମୀ ହୋଇଯିବ ।
ତେବେ ଗତ ମେ’ରେ ବଜାରରେ ସାଢ଼େ ତିନି ଲକ୍ଷ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଦୁଇ ହଜାର ଟଙ୍କିଆ ଥିଲା । ସଦ୍ୟତମ ସୂଚନା ଅନୁସାରେ ସେଥିରୁ ୯୩ ପ୍ରତିଶତ ନୋଟ୍ ବ୍ୟାଙ୍କ ପାଖକୁ ଫେରି ଆସିଛି । ଏବେବି ପ୍ରାୟ ୨୪ ହଜାର କୋଟି ଟଙ୍କାର ୨୦୦୦ ଟଙ୍କିଆ ଫେରିନାହିଁ । ତେବେ ୨୦୦୦ ଟଙ୍କିଆ ବଦଳାଇବା ଓ ଜମା କରିବାର ସମୟ ସୀମାକୁ ଆଉ ଏକ ମାସ ବଢ଼ାଇବା ବିଷୟରେ ରିଜର୍ଭ ବ୍ୟାଙ୍କ ବିଚାର କରୁଥିବା ଆଲୋଚନା ହେଉଛି । ତେବେ ସମୟ ବୃଦ୍ଧି ନେଇ ଏଯାଏଁ କୌଣସି ସ୍ପଷ୍ଟ ସୂଚନା ସାମ୍ନାକୁ ଆସି ନହିଁ । ତେଣୁ ତୁରନ୍ତ ବ୍ଯାଙ୍କରେ ବଦଳାଇ ଦିଅନ୍ତୁ ଦୁଇହଜାର ଟଙ୍କିଆ ନୋଟ ।