ଦିଲ୍ଲୀରେ ସର୍ବାଧିକ ୮ଟି ବିଶ୍ବବିଦ୍ୟାଳୟର ନାହିଁ ଖାତା ଖତିଆନ
ଆପଣ କୌଣସି ବାହାର ଅର୍ଥାତ ରାଜ୍ୟ ବାହାରର ବିଶ୍ୱବିଦ୍ୟାଳୟ ତଥା ୟୁନିଭର୍ସିଟିରେ ପାଠ ପଢୁଛନ୍ତି କି , ତେବେ ଟିକେ ସାବଧାନ ହୋଇଯା’ନ୍ତୁ। କାହିଁକି ନା ଏବେ ଦେଶରେ ଠାବ ହୋଇଛି କିଛି ନକଲି ବିଶ୍ୱବିଦ୍ୟାଳୟ । ଗୋଟିଏ କି ଦୁଇଟି ନୁହେଁ ୨୦ ବିଶ୍ବବିଦାୟଳୟ ନକଲି ବୋଲି ଯୁଜିସି ବା ୟୁନିଭର୍ସିଟି ଗ୍ରାଣ୍ଟ କମିଶନ ପକ୍ଷରୁ ସୂଚନା ଆସିଛି ।ଯାହାକୁ ନେଇ ଏବେ ପିଲାଙ୍କ ଦ୍ଵନ୍ଦ୍ଵ ବଢିଛି । ଖୁଶିର କଥା କି ସେମିତି କିଛି ନକଲି ବିଶ୍ଵବିଦ୍ୟାଳୟ ଓଡ଼ିଶାରେ ନଥିବା ଯୁଜିସି କହିଛି । କିନ୍ତୁ ସାରା ଦେଶରେ ମୋଟ ୨୦ୟୁନିଭର୍ସିଟି ଏମିତି ନକଲି ଥିବା ସତର୍କ କରିଛି ଯୁଜିସି। ଯେତେବେଳେ ଆପଣ କୌଣସି ଏକ ୟୁନିଭର୍ସିଟିର ପାଠ୍ୟକ୍ରମରେ ଯୋଗଦାନ କରୁଛନ୍ତି ସେତେବେଳେ ତନ୍ନ ତନ୍ନ କରି ତାର ବିଷୟରେ ବୁଝାନ୍ତୁ।
ୟୁନିଭର୍ସିଟି ଟି ଯୁଜିସି ପାଇଛି କି ନାହିଁ, ଆଫିଲେସନ ଅଛି କି ନାହିଁ ତାର ନିରୀକ୍ଷଣ କରି ଆଡମିସନ କରନ୍ତୁ , ନହେଲେ ଭବିଷ୍ୟତରେ ବଡ ଅସୁବିଧାରେ ଆପଣ ପଡିବେ। ତେବେ ଏହି ନକଲି ୟୁନିଭର୍ସିଟି ମଧ୍ୟରେ ଦିଲ୍ଲୀରେ ସର୍ବାଧିକ ୮ଟି ଏବଂ ଏହାପରେ ଉତ୍ତରପ୍ରଦେଶରେ ୪ଟି, ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶରେ ୨ଟି ଲେଖାଏଁ ବିଶ୍ବବିଦ୍ୟାଳୟ ରହିଛି । ପଣ୍ଡିଚେରୀ, ମହାରାଷ୍ଟ୍ର, କେରଳ ଓ କର୍ଣ୍ଣାଟକରେ ଗୋଟିଏ ଲେଖାଏଁ ନକଲି ବିଶ୍ବବିଦ୍ୟାଳୟ ରହିଛି । ସାର୍ଟିଫିକେଟ ଦେବା ପାଇଁ ସ୍ବତନ୍ତ୍ର ଅଧିନିୟମ ବଳରେ ବିଶ୍ବବିଦ୍ୟାଳୟ ମାନଙ୍କୁ ସାର୍ଟିଫିକେଟ ଦେବାକୁ କ୍ଷମତା ମିଳିଥାଏ । ଏହି ଅଧିନିୟମ ଦ୍ବାରା କ୍ଷମତା ପ୍ରାପ୍ତ ନଥିବା ଶିକ୍ଷାନୁଷ୍ଠାନ ନିଜକୁ ବିଶ୍ବବିଦ୍ୟାଳୟ କହିପାରିବେ ନାହିଁ । ତେବେ ବାସ୍ତବ ତଥ୍ୟ ବୁଝି ଛାତ୍ରଛାତ୍ରୀ ନାମ ଲେଖାଇବାକୁ ନିର୍ଦ୍ଦେଶ ଦେଇଛି ଯୁଜିସି ।