ବିଶ୍ବ ଦେଖୁଛି ଭାରତର ନେତୃତ୍ବ
ବିଶ୍ୱ ଦେଖୁଛି ଭାରତର ନେତୃତ୍ୱ । ଆଜିଠୁ ଦିଲ୍ଲୀରେ ଆରମ୍ଭ ହୋଇଛି ଦୁଇ ଦିନିଆ ଜି-୨୦ ସମ୍ମିଳନୀ । ଏଥିପାଇଁ ବିଶ୍ୱର ବଡ଼ ବଡ଼ ଦେଶର ନେତା ଭାରତରେ ପହଞ୍ଚିଛନ୍ତି । ଏଥିପାଇଁ ପ୍ରସ୍ତୁତ ରହିଛି ପ୍ରଗତି ମୈଦାନର ଆଇଟିପିଓ କନଭେନସନ ସେଣ୍ଟର ଭାରତ ମଣ୍ଡପମ । ଭାରତ ଅଧ୍ୟକ୍ଷତାରେ ୧୮ ତମ ବାର୍ଷିକ ଜି-୨୦ ସମ୍ମିଳନୀ ହେବ । ‘ବସୁଧୈବ କୁଟୁମ୍ବକମ୍’ ଥିମକୁ ନେଇ ସମ୍ମିଳନୀ ଆୟୋଜିତ ହୋଇଛି । ଯାହାର ଅର୍ଥ ହେଉଛି ସମଗ୍ର ବିଶ୍ୱ ଗୋଟିଏ ପରିବାର । ଏଥିରେ ଯୋଗଦେବା ପାଇଁ ଦିଲ୍ଲୀରେ ୧୯ ଟି ଦେଶର ନେତା ପହଞ୍ଚିଛନ୍ତି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍, ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ, ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଡ଼ା, ଚୀନ୍ ପ୍ରଧାନମନ୍ତ୍ରୀ ଲି କିଆଙ୍ଗ, କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡ଼ୁ, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଜ, ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲ ରାମାଫୋସା, ଓମାନ ଉପପ୍ରଧାନମନ୍ତ୍ରୀ ଆସାଦ ବିନ ତାରିକ ବିନ ତଇମୁର , ଇଟାଲି ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି, ୟୁଏଇ ରାଷ୍ଟ୍ରପତି ସେଖ୍ ମହମ୍ମଦ ବିନ ଜାୟେଦ ଅଲ ନହୟାନ, ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହାସିନା , ଜର୍ମାନ ଚାନ୍ସଲର ଓଲାଫ୍ ସ୍କଲ୍ଜ, ରୁଷ୍ ବିଦେଶ ମନ୍ତ୍ରୀ ସେର୍ଗି ଲାବରୋବ ଏବଂ ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗୁଟେରସ ଭାରତ ପହଞ୍ଚି ସାରିଛନ୍ତି । ଅନ୍ୟ ବିଶ୍ବନେତାଙ୍କ ଆସିବା ପ୍ରକ୍ରିୟା ଜାରି ରହିଛି ।
