ନିର୍ବାଚନରେ ​​ଜିତିବା ପରେ ପଦ ଛାଡ଼ିଲେ ୧୦ ବିଧାୟକ

ସାଂସଦ ପଦ ଛାଡ଼ିଲେ ୧୦ ବିଧାୟକ

ଇସ୍ତଫା ଦେଲେ ୧୦ ବିଜେପି ସାଂସଦ । ବିଧାନସଭା ନିର୍ବାଚନରେ ​​ଜିତିବା ପରେ ଭାରତୀୟ ଜନତା ପାର୍ଟିର ୧୦ ଜଣ ସାଂସଦ ଇସ୍ତଫା ଦେଇଛନ୍ତି । ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଛତିଶଗଡରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ​​ଜିତିବା ପରେ ଭାରତୀୟ ଜନତା ପାର୍ଟି ସାଂସଦ କିରୋଡ଼ି ଲାଲ ମୀନା, ରାଜବର୍ଦ୍ଧନ ସିଂ ରାଠୋର, ନରେନ୍ଦ୍ର ସିଂ ତୋମାର, ପ୍ରହ୍ଲାଦ ସିଂ ପଟେଲ, ରାକେଶ ସିଂ, ଉଦୟ ପ୍ରତାପ, ରୀତି ପାଠକ, ଅରୁଣ ସାଓ, ଗୋମତି ସାଇ , ଦିୟା କୁମାରୀ ଏବଂ କିରୋଣି ଲାଲ ମୀନା ବୁଧବାର ଲୋକସଭାର ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି । ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ନିକଟରେ ଇସ୍ତଫା ପତ୍ର ଦାଖଲ କରିଛନ୍ତି । ଚଳିତ ବର୍ଷର ବିଧାନସଭା ନିର୍ବାଚନରେ ​​ବିଜେପି ମୋଟ ୨୧ ସାଂସଦଙ୍କୁ ବିଧାୟକ ଭାବେ ଲଢିବା ପାଇଁ ସ୍ଥିର କରି ଟିକେଟ ଦେଇଥିଲା । ସେଥିମଧ୍ୟରୁ ୧୨ ଜଣ ବିଜୟ ଲାଭ କରିଛନ୍ତି ଏବଂ ବାକି ୯ ଜଣ ସାଂସଦ ନିର୍ବାଚନରେ ​​ପରାଜୟ ବରଣ କରିଛନ୍ତି । ବାବା ବାଲାକ ନାଥ ଏବଂ ରେଣୁକା ସିଂ ଏପର୍ଯ୍ୟନ୍ତ ଇସ୍ତଫା ଦେଇନାହାଁନ୍ତି । କାରଣ ସେ ଦୁଇଜଣ ଆଜି ଲୋକସଭାକୁ ଆସିନାହାଁନ୍ତି । ଏହି ଦୁଇ ସାଂସଦ ମଧ୍ୟ ଖୁବ ଶୀଘ୍ର ସେମାନଙ୍କ ଇସ୍ତଫା ପତ୍ର ଦାଖଲ କରିବେ।