‘ନ୍ୟାୟ ଯାତ୍ରା’ରେ ସାମିଲ ହେବେ ଓଡିଶାର ୧୦ ଜିଲ୍ଲା
ରାହୁଲ ଗାନ୍ଧୀଙ୍କ ‘ନ୍ୟାୟ ଯାତ୍ରା’ରେ ସାମିଲ ହେବେ ଓଡିଶାର ୧୦ ଜିଲ୍ଲା । ପ୍ରସ୍ତାବ ଦେଲେ ପିସିସି ସଭାପତି ଶରତ ପଟ୍ଟନାୟକ । ଝାଡ଼ଖଣ୍ଡ ପଟୁ ରାହୁଲ ଗାନ୍ଧୀ ଓଡ଼ିଶାରେ ପ୍ରବେଶ କରିବେ । ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କଟକ, ଭୁବନେଶ୍ୱର, ଗଞ୍ଜାମ, କୋରାପୁଟ, କଳାହାଣ୍ଡି, ନୂଆପଡ଼ା ଓ ବଲାଙ୍ଗୀର ଦେଇ ଛତିଶଗଡ଼ ଯିବେ । ନ୍ୟାୟ ଯାତ୍ରା ଉପରେ ରାହୁଲ ଗାନ୍ଧୀଙ୍କ ସହ ଆଲୋଚନା ପାଇଁ ଦିଲ୍ଲୀ ଗସ୍ତରେ ଯାଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ତେବେ ଯେଉଁ ରାଜ୍ୟ ଦେଇ ନ୍ୟାୟ ଯାତ୍ରା ଯିବ ସେଇ ସବୁ ରାଜ୍ୟର ପିସିସି ସଭାପତିଙ୍କୁ ଦିଲ୍ଲୀ ଡାକରା ହୋଇଛି । ୯୦ ମିଶନ ସଫଳ ପାଇଁ ଅଙ୍କ କଷୁଛି କଂଗ୍ରେସ । ୨୦୧୯ ନିର୍ବାଚନରେ ୬୯ଟି ସିଟରେ ଅଳ୍ପ ମାର୍ଜିନରେ ହାରିଥିବା ଓ ସଙ୍ଗଠନକୁ ହାତରେ ରଖିଥିବା ନେତାଙ୍କୁ ଦଳ ୨୦୨୪ରେ ପୁଣି ପୁନରାବୃତ୍ତି କରିବ ।