ପାକିସ୍ତାନୀ ମହିଳାଙ୍କୁ ଦେଉଥିଲେ ବିଭିନ୍ନ ଅସ୍ତ୍ରର ତଥ୍ୟ
ପାକିସ୍ତାନୀ ମହିଳାଙ୍କ ହନିଟ୍ରାପ୍ରେ ଡିଆରଡିଓ ବୈଜ୍ଞାନିକ । ଡିଫେନ୍ସ ରିସର୍ଚ ଆଣ୍ଡ ଡେଭଲପମେଣ୍ଟ ଆର୍ଗାନାଇଜେସନ ବୈଜ୍ଞାନିକ ୱାଟ୍ସ ଆପରେ ଦେଉଥିଲେ ମିଜାଇଲ୍ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ। ଡିଆରଡିଓ ଲ୍ୟାବ୍ରେ ପ୍ରସ୍ତୁତ ଅସ୍ତ୍ର ସମେତ ସୁରକ୍ଷା ବିଭାଗର ପ୍ରୋଜେକ୍ଟ ବିଷୟରେ ମଧ୍ୟ ସେ ତଥ୍ୟ ଦେଉଥିଲେ । ମହାରାଷ୍ଟ୍ର ପୁଲିସର ଏଟିଏସ୍ ହାତରେ ଧରାପଡ଼ିଥିବା ବୈଜ୍ଞାନିକ ହେଉଛନ୍ତି ପ୍ରଦୀପ କୁରୁଲକର । ତଦନ୍ତ ପରେ ତାଙ୍କ ବିରୋଧରେ ପୋଲିସ କୋର୍ଟରେ ଦାଖଲ କରିଥିବା ଚାର୍ଜସିଟ୍ରୁ ଏହା ଜଣାପଡ଼ିଛି। ସେ ପାକିସ୍ତାନ ଗୁଇନ୍ଦା ସଂସ୍ଥାର ଜାରା ଦାସଗୁପ୍ତା ନାକ ଜଣେ ମହିଳାଙ୍କ ସହ ୱାଟସ୍ ଆପ୍ରେ ଭାରତୀୟ ମିଜାଇଲ ସିଷ୍ଟମ୍ ବିଷୟରେ ଚାଟିଂ କରି ସୂଚନା ଦେଉଥିଲେ। ଏହାଛଡ଼ା ଭଏସ୍ ଓ ଭିଡିଓ କଲ୍ କରି ମଧ୍ୟ ସେ ଅନେକ ସୂଚନା ଦେଉଥିଲେ। ପ୍ରଦୀପ ପୁଣେ ସ୍ଥିତ ଡିଆରଡିଓ ଲ୍ୟାବର ନିର୍ଦ୍ଦେଶକ ଭାବେ କାମ କରୁଥିଲେ।
