ରିଲ୍ସ କଲେ ଭୋଗିବେ ଦଣ୍ଡ !

 କେଦାରନାଥରେ ଉଠେଇ ପରିବେନି ଫୋଟୋ କି ବନେଇ ପରିବେନି ରିଲ୍ସ । ରିଲ୍ସ ବନେଇଲେ ଆପଣଙ୍କୁ ମିଳିପାରେ ଦଣ୍ଡ। ଏନେଇ କେଦାରନାଥ ମନ୍ଦିର ସମିତି ପକ୍ଷରୁ ନିଆଯାଇଛି ଦୃଢ ନିଷ୍ପତ୍ତି। ତେବେ ଗତ କିଛି ଦିନ ତଳେ କେଦାରନାଥ ଧାମରୁ ଜଣେ ମହିଳାଙ୍କ ସିଧାସିଧା ପ୍ରପୋଜ ଭିଡିଓ ସୋସିଆଲ ମିଡିଆରେ ଘୂରିବୁଲିଥିଲା। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ଦେବସ୍ଥାନରେ ଏଭଳି ଏକ ନିନ୍ଦନୀୟ ଘଟଣା ପରେ ବଦ୍ରୀ-କେଦାର ମନ୍ଦିର ସମିତି ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। କମିଟିର ନିଷ୍ପତ୍ତି ଅନୁଯାୟୀ ଯଦି ଏହାପରେ କୌଣସି ବ୍ୟକ୍ତି  ଧାମରେ ଭିଡିଓ, ରିଲ୍ସ କରିବାର ନଜରକୁ ଆସନ୍ତି ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏ ସମ୍ବନ୍ଧରେ  ମନ୍ଦିର ସମିତି ପକ୍ଷରୁ  ପୋଲିସ୍‌କୁ  ଚିଠି ଲେଖାଯାଇଛି ।

ତେବେ ମନ୍ଦିର କମିଟିର ଦାବିକୁ ପ୍ରଶାସନ ଗୁରୁତର ସହ ନେଇଛି।  ଆସୁଥିବା ଦିନମାନଙ୍କରେ ପ୍ରଶାସନ ତରଫରୁ କେଦାରନାଥ ଧାମରେ ମୋବାଇଲ୍‌ ଉପରେ କଟକଣା ଲାଗିପାରେ। ପୋଲିସ୍‌କୁ ଦିଆଯାଇଥିବା ଚିଠିରେ ମନ୍ଦିର କମିଟି  ଦର୍ଶାଇଛି ଯେ ଧାମରେ କରାଯାଉଥିବା ରିଳ୍ସ-ଭିଡିଓ  ଦ୍ୱାରା ଧାର୍ମିକ ଭାବନା ଆଘାତ ପାଇଛି। ୟୁଟ୍ୟୁବ ଇନଷ୍ଟାଗ୍ରାମ ଇନଫ୍ଲୁଏନ୍ସର କେଦାରନାଥ ଧାମର ମନ୍ଦିର କମ୍ପ୍ଲେକ୍ସରେ ଧାର୍ମିକ ଭାବନାକୁ ଆଘାତ ଦେଇଛି। ପୋଲିସକୁ ଚିଠିରେ କୁହାଯାଇଛି ଯେ କେଦାରନାଥ ମନ୍ଦିର କମ୍ପ୍ଲେକ୍ସରେ ଭିଡିଓ ସମ୍ପର୍କରେ ଏଭଳି ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।  ଏନେଇ କେଦାରନାଥ ମନ୍ଦିର ସମିତି ପକ୍ଷରୁ ନିଆଯାଇଛି ଦୃଢ ନିଷ୍ପତ୍ତି।