ରାଜସ୍ଥାନରେ ବିପର୍ଯ୍ୟୟର ତାଣ୍ଡବ

ଗୁଜରାଟ ପରେ ରାଜସ୍ଥାନରେ ବାତ୍ୟା ତାଣ୍ଡବ । ବିପର୍ଯ୍ୟୟ ପ୍ରଭାବରେ ଭୀଷଣ ବର୍ଷା ।  ବାଡମେର ଜିଲ୍ଲାରେ ସର୍ବାଧିକ ବର୍ଷା ରେକର୍ଡ ହୋଇଛି । ରାଜସ୍ଥାନର ମରୁଭୂମିରେ ବନ୍ୟା ଭଳି ସ୍ଥିତି ଉପୁଜିଛି । ଆରବ ସାଗରରେ ସୃଷ୍ଟ ବାତ୍ୟା ବିପର୍ଯ୍ୟୟ ପ୍ରଭାବରେ ଆଜି ବି ବର୍ଷା ଜାରି ରହିଛି । ପାଣିପାଗ ବିଭାଗ ପକ୍ଷରୁ ବାଡମେର, ଜାଲୋର, ସିରୋହି ଜିଲ୍ଲା ପାଇଁ ରେଡ୍ ଅଲର୍ଟ ଜାରି କରାଯାଇଛି । ସେହିପରି ଉଦୟପୁର,ଜୟପୁର, ଦୋଶା, ଅଲଓ୍ବର, କୋଟା ଆଦି ଜିଲ୍ଲା ପାଇଁ ୟେଲୋ ଅଲର୍ଟ ଜାରି କରାଯାଇଛି । ଭୀଷଣ ବର୍ଷା ଓ ପବନ ଯୋଗୁଁ ବଡ ବଡ ଗଛ ଭାଙ୍ଗି ରାସ୍ତାରେ ପଡିଥିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି । ବିଜୁଳି ଖୁଣ୍ଟ ଉପୁଡି ପଡିଥିବାରୁ ୫ ଶହରୁ ଅଧିକ ଗାଁ ଅନ୍ଧାରରେ ରହିଛି । ତଳିଆ ଅଞ୍ଚଳଗୁଡ଼ିରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଏନଡିଆରଏଫ ଓ ସେନା ଯବାନମାନେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ।