ମୋଦୀଙ୍କ ଭିଜନ ୨୦୪୭

ମୋଦୀଙ୍କ ଭିଜନ ୨୦୪୭। ଏନେଇ ରଣନୀତି ଆରମ୍ଭ ହୋଇଥିବା ଚର୍ଚା ଜୋ ଧରିଛି । ଦିଲ୍ଲୀର ପ୍ରଗତି ମଇଦାନରେ ଗତକାଲି କେନ୍ଦ୍ର ମନ୍ତ୍ରୀ ପରିଷଦର ଗୁରୁତ୍ବପୂର୍ଣ୍ଣ ବୈଠକ ହୋଇଥିବା ମଧ୍ୟ ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିବା ବେଳେ ଏଥିରେ ଗୃହମନ୍ତ୍ରୀ ଅମିତ ଶାହା, ନୀତିନ ଗଡ଼କରୀ, ଅନୁରାଗ ଠାକୁର, ଜି କିଶନ ରେଡ୍ଡୀ ଏବଂ ଅନେକ ମନ୍ତ୍ରୀ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା । 

ତେବେ ମୋଦିଙ୍କ ଭିଜନ ୨୦୪୭ ପ୍ରସ୍ତୁତ ହୋଇଛି ରୋଡ଼ମ୍ଯାପ। କିଭଳି ଭାରତକୁ ବିଶ୍ଵଦରବାରରେ ଅତ୍ୟାଧୁନିକ ଭାବେ ପରିପ୍ରକାଶ କରାଯାଇପାରିବ ସେନେଇ ହୋଇଛି ଆଲୋଚନା। ରେଳ , ବିମାନବନ୍ଦର , ବେସାମରିକ ବିମାନ ଚଳାଚଳ ତଥା ମହାକାଶ ସମ୍ବନ୍ଧରେ ହୋଇଛି ଆଲୋଚନା। ଅନ୍ୟପଟେ ୨୦୪୭ ସୁଦ୍ଧା ଭାରତ କିପରି ଅର୍ଥନୀତି କ୍ଷେତ୍ରରେ ଅଭିବୃଦ୍ଧି ଆଣିପାରିବ ସେନେଇ ମଧ୍ୟ ପ୍ରସ୍ତୁତ ହୋଇଛି ବ୍ଲୁପ୍ରିଣ୍ଟ। ଏହାସହ ଆସନ୍ତା ଜାନୁଆରୀ ସୁଦ୍ଧା ସମସ୍ତ ପ୍ରକଳ୍ପକୁ କିପରି ଶେଷ କରାଯିବ ସେନେଇ ମଧ୍ୟ ଆଲୋଚନା ହୋଇଛି। ୫ଘଣ୍ଟା ଧରି ଚାଲିଥିବା ଏହି ବୈଠକରେ ଅନେକ ଗୁରୁତ୍ବପୂର୍ଣ ପ୍ରସଙ୍ଗ ଉପରେ ମୋହର ବାଜିଛି ।