ମୃତ ନାତି ସହ ୧୦ ଦିନ

ଉତ୍ତରପ୍ରଦେଶର ବାରାବଙ୍କିରୁ ଏକ ଆଶ୍ଚର୍ଯ୍ୟକର ଖବର ସାମ୍ନାକୁ ଆସିଛି । ୧୦ଦିନ ପର୍ଯ୍ୟନ୍ତ ଆଈ ତାର ମୃତ ନାତି ସହିତ ରହିଥିଲେ। ତେବେ ଘର ଭିତରୁ ଦୁର୍ଗନ୍ଧ ବାହାରିବା ପରେ ସ୍ଥାନୀୟଲୋକେ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଗନ୍ଧ ବାହାରୁଥିବା ଘର ଭିତରେ ପ୍ରବେଶ କରିଥିଲା। ପୁଲିସ ଯେମିତି ହିଁ ଘରେ ପ୍ର‌ବେଶ କରିଥିଲା, ଭିତରର ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲା। ଆଈ ମୃତ ନାତି ପାଖ‌ରେ ବସିଛନ୍ତି। ଏବଂ ମୃତଦେହ ପଚି ଯାଇଥିବା ବେ‌ଳେ ସେଥିରେ ପୋକ  ଲାଗି ଦୁର୍ଗନ୍ଧ ହେଉଛି । ତେବେ ପୋଲିସ ପ୍ରଥମେ ମାନସିକବିକାରଗ୍ରସ୍ତ ଆଈକୁ ଉଦ୍ଧାର କରି ଚିକିତ୍ସା ପାଇଁ ପଠାଇଛି । ଏଥିସହିତ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ‌ଦେଇଥିଲା। ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଯାଇ ବାଳକଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରିବ। ତେବେ ସ୍ଥାନୀୟଲୋକଙ୍କ କହିବାନୁସାରେ, ବୃଦ୍ଧାଙ୍କ ମାନସିକ ଅବସ୍ଥା ଠିକ ନଥିଲା। ତାଙ୍କ ସହିତ ତାଙ୍କ ୧୮ବର୍ଷର ନାତି ରହୁଥିଲା। କିନ୍ତୁ ବୃଦ୍ଧ ଜଣକ ଏତିକି କହୁଛନ୍ତି କି ତାଙ୍କ ନାତିର ୧୦ଦିନ ପୂର୍ବରୁ ମୃତ୍ୟୁ ହୋଇଯାଇଥିଲା। ଏହାପରେ ସେ ତାଙ୍କ ନାତିକୁ ପ୍ରତିଦିନ ସ୍ନାନ କରାଇବା ସହିତ ପୋଷାକ ବି ବଦଳାଇ ଦେଉଥିଲେ।