ମୁଖତାର ଅନସାରୀକୁ ଆଜୀବନ ଜେଲ୍

32 ବର୍ଷ ପୁରୁଣା ମାମଲାରେ ଦୋଷୀ ସାବ୍ୟସ୍ତ

ବାହୁବଳୀ ମୁଖତାର ଅନସାରୀକୁ ବାରାଣସୀ କୋର୍ଟ ୩୨ ବର୍ଷ ପୁରୁଣା ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି । ଅବଧେଶ ରାଇ ହତ୍ୟାକାଣ୍ଡ ମାମଲାରେ ମୁଖତାର ଅନସାରୀଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି କୋର୍ଟ। ଏନେଇ ବାନ୍ଦା ଜେଲର ଅଧିକ୍ଷକ ବିରେଜ ରାଜ ଶର୍ମା କହିଛନ୍ତି, ଅବଧେଶ ରାଇ ହତ୍ୟା ମାମଲାରେ ମୁଖତାର ଆଜି କୋର୍ଟରେ ଭିଡ଼ିଓ କନଫରେନ୍ସ ଜରିଆରେ ହାଜର ହୋଇଥିଲେ । ତାକୁ ସଜା ହେବାପରେ ସେ ଚିନ୍ତାମଗ୍ନ ହୋଇପଡିଥିଲା । ପାଖପାଖି ୩୨ ବର୍ଷ ପରେ ଏହି ହତ୍ୟାକାଣ୍ଡ ମାମଲାର ଶୁଣାଣି କରି ବାରାଣସୀର ଏମପି, ଏମଏଲଏ କୋର୍ଟ ଏହି ରାୟ ଶୁଣାଇଛନ୍ତି।