Skip to content
Thursday, March 19, 2026
ଯଯାତି ଏକ୍ସପ୍ରେସ
  • ଓଡ଼ିଶା
    • ଜିଲ୍ଲା
  • ଦେଶ
  • ରାଜନୀତି
  • ଖେଳ
  • ବିଦେଶ
  • ମନୋରଞ୍ଜନ
  • ଅପରାଧ
  • କଳା ଓ ସଂସ୍କୃତି
  • ବିଜ୍ଞାନ
  • ସ୍ୱାସ୍ଥ୍ୟ
  • ଯଯାତି Special

ମହାରାଷ୍ଟ୍ରରେ ମହା କନଫ୍ୟୁଜନ

Posted on July 4, 2023July 4, 2023

କାହାକୁ ମିଳିବ ଘଣ୍ଟା

ମହାରାଷ୍ଟ୍ରରେ ମହା କନଫ୍ୟୁଜନ । ଘଣ୍ଟାକୁ ନେଇ ପ୍ରତି ସମୟରେ ଘୋଡ଼ା ଛୁଟୁଛି  । ଦୁଇଫାଳ ହୋଇସାରିଛି ରାଷ୍ଟ୍ରବାଦୀ କଂଗ୍ରେସ ବା ଏନସିପି । ଗୋଟିଏ ଶରଦ ପାଓ୍ବାର ଗୋଷ୍ଠୀ ଆଉ ଗୋଟିଏ ଅଜିତ ପାଓ୍ବାର ଗୋଷ୍ଠୀ । କିନ୍ତୁ ଏବେ ଘଣ୍ଟାକୁ ନେଇ ବଢିଛି ବିବାଦ । କାହା ପାଖରେ ରହିବ ଘଣ୍ଟା ଚିହ୍ନ । ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଅଜିତ ପାଓ୍ବାର କହିଥିଲେ ଏନସିପି ଚିହ୍ନ ପାଇଁ ଲଢିବୁ । ତେବେ କାହା ପାଖରେ ରହିବ ଦଳର ଚିହ୍ନ ଘଣ୍ଟା । ଏନେଇ ଲାଗି ରହିଛି ଛକାପଞ୍ଝା । ଅଜିତ ପାଓ୍ବାର ଗୋଷ୍ଠୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପ୍ରସ୍ତୁତ କରୁଛି ଶରଦ ପାଓ୍ବାରଙ୍କ ଗୋଷ୍ଠୀ । ମନ୍ତ୍ରୀ ଭାବେ ଶପଥ ନେଇଥିବା ୯ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ନେଇ ପ୍ରକ୍ରିୟା ଆରମ୍ଭ କରିଛନ୍ତି  ଶରଦ ପାଓ୍ବାର । ଏଥିପାଇଁ ବିଧାନସଭା ବାଚସ୍ପତିଙ୍କୁ ଅବଗତ କରାଯାଇଛି । ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ସାଂସଦ ପ୍ରଫୁଲ୍ଲ ପଟେଲ ଓ ସୁନିଲ ତଟକରେଙ୍କୁ ଏନସିପିରୁ ବିଦା କରିଛନ୍ତି ଶରଦ । ବିଦ୍ରୋହୀଙ୍କୁ ଫେରି ଆସିବାକୁ ଦଳ ପକ୍ଷରୁ ଆହ୍ବାନ ଦିଆଯାଇଛି । ଶରଦଙ୍କ ପ୍ରତି ସମର୍ଥନ ବଢିବାରେ ଲାଗିଛି । ସେପଟେ ରବିବାର ଶପଥଗ୍ରହଣ ଉତ୍ସବରେ ସାମିଲ ହୋଇଥିବା ଏନସିପି ବିଧାୟକ ଶରଦଙ୍କ ଗୋଷ୍ଠୀକୁ ୟୁ ଟର୍ଣ୍ଣ କରିଛନ୍ତି । ପୁଣି ତେଣେ ଜୟନ୍ତ ପାଟିଲଙ୍କ ସ୍ଥାନରେ ସୁନିଲ ତଟକରେଙ୍କୁ ପ୍ରଦେଶ ଅଧ୍ୟକ୍ଷ ଘୋଷଣା କରିଛି ଅଜିତ ପାଓ୍ବାରଙ୍କ ଗୋଷ୍ଠୀ । ଏଥିସହ ବିଧାନସଭାରେ ଏନସିପିର ନେତୃତ୍ୱ ଅଜିତ ପାଓ୍ୱାର ନେବେ ବୋଲି ସାଂସଦ ପ୍ରଫୁଲ୍ଲ ପଟେଲ କହିଛନ୍ତି । ଅଜିତଙ୍କ ଉପରେ ଦଳର ସବୁ ବିଧାୟକଙ୍କ ସମର୍ଥନ ରହିଥିବା ନେଇ ସେ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି । ନୂଆ ମେଣ୍ଟର ନାମ ମହାଜ୍ୟୁତି ବୋଲି ଘୋଷଣା କରିଛନ୍ତି ଅଜିତ ପାଓ୍ୱାର । ଅଜିତ ପାଓ୍ବାର କହିଛନ୍ତି ଆଇନ ନିଷ୍ପତ୍ତି ନେବ ଏନସିପି କାହାର । ନିର୍ବାଚନ କମିଶନ ଏନେଇ ନିଷ୍ପତ୍ତି ନେବେ । ସେପଟେ ମହାରାଷ୍ଟ୍ରର ରାଜନୀତି ନେଇ ବିଜେପିକୁ ସବୁଆଡ଼ୁ ସମାଲୋଚନା କରାଯାଉଛି ।

Posted in ଦେଶ, ରାଜନୀତିTagged ajit pawar, maharastra controvercy, maharastra politics, ncp, ncp logo, sarad pawar

Post navigation

Previous: ଅଦା ଦର ଆକାଶ ଛୁଆଁ
Next: 5T ସଚିବଙ୍କୁ ଅଣ୍ଡାମାଡ଼ !

Related Posts

  • ଦେଶ
  • ରାଜନୀତି

ଝାଡ଼ଖଣ୍ଡ ରାଜନୀତିରେ ବଡ଼ ହଲଚଲ

  • User 003
  • August 19, 2024
  • 0

ବିଜେପିରେ ମିଶିବେ ଚମ୍ପାଇ ସୋରେନ୍ ! ବିଧାନସଭା ନିର୍ବାଚନ ଆଗରୁ ଝାଡ଼ଖଣ୍ଡ ରାଜନୀତିରେ ବଡ଼ ହଲଚଲ। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଲାଗିପାରେ ବଡ଼ ଝଟକା । ଜେଏମଏମ୍ ଛାଡ଼ି ବିଜେପିରେ ମିଶିପାରନ୍ତି ବିଦ୍ରୋହ ମୁଡରେ […]

  • ଦେଶ

୧୮ପାକିସ୍ତାନୀ ଶରଣାର୍ଥୀଙ୍କୁ ମିଳିଲା ଭାରତର ନାଗରିକତା

  • User 003
  • March 17, 2024
  • 0

ପାକିସ୍ତାନୀ ଶରଣାର୍ଥୀଙ୍କୁ ଭାରତର ନାଗରିକତା ୧୮ପାକିସ୍ତାନୀ ଶରଣାର୍ଥୀଙ୍କୁ ମିଳିଲା ଭାରତର ନାଗରିକତା । ଗୁଜରାଟ ଗୃହମନ୍ତ୍ରୀ ହର୍ଷ ସାଙ୍ଗଭି ୧୮ ଜଣ ପାକିସ୍ତାନୀ ନାଗରିକଙ୍କୁ ଭାରତୀୟ ନାଗରିକତ୍ୱ ପ୍ରଦାନ କରିଛନ୍ତି । ଅହମ୍ମଦାବାଦରେ ରହୁଥିବା […]

  • ଦେଶ

ED ହାତରେ ଲାଗିଛି ବଡ଼ ତଥ୍ୟ

  • Editor
  • November 3, 2023
  • 0

ଛତିଶଗଡ଼ ମୁଖ୍ୟମନ୍ତ୍ରୀ ନେଇଛନ୍ତି ୫୦୮କୋଟି ଟଙ୍କା ! ଅଭିନେତାଙ୍କ ପରେ ରାଜନେତାଙ୍କ ପାଳି । ‘ମହାଦେବ ଅନଲାଇନ୍ ବେଟିଂ ଆପ୍’କୁ ଯାଞ୍ଚ କରୁଥିବା ଇଡିର ନଜର ‌ଏବେ ରାଜନେତାଙ୍କ ଉପରେ । ଇଡି ବା […]

Tags

accident (49) arvind kejriwal (47) assembly (52) bhubaneswar (219) bjd (169) bjp (255) breaking news (592) breakingnews (73) cmo (400) congress (188) cricket (49) Crime (71) cuttack (56) death (80) delhi (80) digital (429) election (81) election 2024 (104) ganjam (37) heavy rain (51) highcourt (48) india (485) isro (43) jagannath temple (78) jajatiexpress (3012) jajpur (67) latest (460) latest news (2270) latestupdate (246) Latest updates (582) mohanmajhi (53) narendra modi (124) naveen patnaik (53) odisha (848) odishapolitics (73) pakistan (41) parliament (41) police (53) politics (46) protest (41) puri (215) rahul gandhi (66) supremecourt (65) vk pandian (39) weather (101)
Copyright © 2026 Jajati Express Theme: Random News By Adore Themes.