ମଣିପୁରରେ ଥମୁନି ହିଂସା

ବଢିଲା କର୍ଫ୍ୟୁ ସମୟ

ମଣିପୁରରେ ଥମୁନି ହିଂସା । ଗୋଟିଏ ଦିନରେ ଗଲା ଚାରି ଜଣଙ୍କ ଜୀବନ ।  ବିଷ୍ଣୁପୁର ଓ ଚୁରାଚନ୍ଦପୁର ଜିଲ୍ଲାର ସୀମାରେ ହିଂସା ଯୋଗୁଁ ୪ ଜଣଙ୍କ ମୃତ୍ୟୁ ହୋଇଛି । ଫଳରେ ଅନେକ ସ୍ଥାନରେ ଏବେ କର୍ଫ୍ୟୁ ସମୟକୁ ବଢାଇ ଦିଆଯାଇଛି । ସକାଳ ୫ଟାରୁ ସକାଳ ୧୦ ଟା ପର୍ଯ୍ୟନ୍ତ କର୍ଫ୍ୟୁ ସମୟକୁ କୋହଳ କରାଯାଇଛି । ତାପରେ ଲୋକେ ଘରୁ ବାହାରିଲେ ପୋଲିସ ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ମୃତକଙ୍କ ମଧ୍ୟରେ ଜଣେ କୁକି ସମ୍ପ୍ରଦାୟର ଥିବା ବେଳେ ଅନ୍ୟ ତିନି ଜଣ ମୈତେଇ ସମ୍ପ୍ରଦାୟର ବୋଲି ଜଣାପଡ଼ିଛି । ଆକ୍ରମଣକାରୀ ହଠାତ ଆକ୍ରମଣ କରିବାରୁ ଏମାନେ ସମସ୍ତେ ଅପରପକ୍ଷକୁ ଆକ୍ରମଣ କରିଥିଲେ । ମଣିପୁର ହିଂସା ପଛରେ ପଡୋଶୀ ଦେଶର ହାତ ଅଛି ବୋଲି ମୁଖ୍ୟମନ୍ତ୍ରୀ ବିରେନ ସିଂହ କହିଥିଲେ । ତାଙ୍କ ମତକୁ ନେଇ ବିବାଦ ବଢିଥିଲା । ବିରୋଧୀ ଏହାକୁ ସମାଲୋଚନା କରିବା ସହ ଯଦି ହିଂସା ପଛରେ ଚୀନର ହାତ ଅଛି । ତେବେ ବିଜେପି ସରକାର ଏଥିପାଇଁ କି ପଦକ୍ଷେପ ନେଇଛନ୍ତି ବୋଲି ପ୍ରଶ୍ନ କରିଛନ୍ତି । ମଣିପୁର ସୀମାକୁ ଚୀନ ଓ ମିଆଁମାରର ସୀମା ଲାଗିଥିବା ବେଳେ ସୀମା ସେପଟୁ ବିବାଦ ସୃଷ୍ଟି ପାଇଁ ପ୍ରୟାସ କରାଯାଉଛି । ଦିନକୁ ଦିନ ଉଗ୍ର ହେଉଛି ହିଂସା । ସବୁ ପ୍ରକାର ଉଦ୍ୟମ ପରେ ବି ବାରମ୍ବାର ହିଂସା କାହିଁକି ଘଟୁଛି, ଏହାକୁ ନେଇ ଜାରି ରହିଛି ଚର୍ଚ୍ଚା ।