ଜୁଲାଇ ୧୮ରେ ହାଜର ହେବାକୁ ନୋଟିସ
ଜୁଲାଇ ଭାରତୀୟ କୁସ୍ତି ମହାସଂଘର ମୁଖ୍ୟ ତଥା ସାଂସଦ ବ୍ରଜଭୂଷଣ ଶରଣ ସିଂହଙ୍କୁ ଜୁଲାଇ ୧୮ ତାରିଖରେ ଦିଲ୍ଲୀର ରୋଜ୍ ଆଭେନ୍ୟୁ କୋର୍ଟ ପକ୍ଷରୁ ସମନ କରାଯାଇଛି। ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପର୍ଯ୍ୟାପ୍ତ ପ୍ରମାଣ ରହିଛି ବୋଲି କୋର୍ଟ କହିଛନ୍ତି। ଯୌନ ନିର୍ଯାତନା, ଅପରାଧିକ ଧମକ ଏବଂ ପିଛା କରିବା ଅଭିଯୋଗରେ ଦିଲ୍ଲୀ ପୁଲିସ ଜୁନ୍ ୧୫ ତାରିଖରେ ୬ ଥର ସାଂସଦ ଥିବା ବ୍ରଜଭୂଷଣଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଥିଲା। ଅନେକ ମହିଳା କୁସ୍ତିଯୋଦ୍ଧାଙ୍କ ଅଭିଯୋଗକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ହଇଚଇ ସୃଷ୍ଟି ହେବା ପରେ ପୁଲିସ୍ ଏହି ଚାର୍ଜସିଟ୍ ଦାଖଲ କରିଥିଲା।