ବୋହୂର ମୁଣ୍ଡକାଟି ଆତ୍ମସମର୍ପଣ କଲା ଶଶୁର

ଉତ୍ତର ପ୍ରଦେଶର ଆଗ୍ରା ଜିଲ୍ଲାରେ ଅଭାବନୀୟ ଘଟଣା । ବୋହୂର ମୁଣ୍ଡ କାଟି ଥାନାରେ ଆତ୍ମସମର୍ପଣ କରିଛି ଶଶୁର ।  ଜଣେ ୬୨ ବର୍ଷିୟ ବ୍ୟକ୍ତି ତାଙ୍କ ବୋହୂଙ୍କ ମୁଣ୍ଡ କାଟିପକାଇ ରକ୍ତାକ୍ତ ହାତରେ ଥାନାରେ ଆତ୍ମସମର୍ପଣ କରିଥିବା ପୋଲିସ କହିଛି। ଘରୋଇ କଳି ଯୋଗୁଁ ଆଗ୍ରା ଜିଲ୍ଲା ଅନ୍ତର୍ଗତ ମଲିକାପୁର ଗ୍ରାମର ବାସିନ୍ଦା ୬୨ ବର୍ଷିୟ ରଘୁବୀର ସିଂହ କ୍ରୋଧାନ୍ବିତ ହୋଇ ବୋହୂ ପ୍ରିୟଙ୍କା ସିଂହଙ୍କୁ ହତ୍ୟା କରିଥିବା କିରାୱାଲି ଥାନାରେ ଆତ୍ମସମର୍ପଣ କଲାବେଳେ କହିଛନ୍ତି। ପୋଲିସକୁ ରଘୁବୀର ଆହୁରି ମଧ୍ୟ କହିଛନ୍ତି ଯେ, ବଡ଼ପୁଅର ମୃତ୍ୟୁ ପରେ ବିଧବା ବୋହୂ ମଧ୍ୟ ତାଙ୍କ ଘରେ ରହୁଥିଲେ। ଦୁଇବୋହୂଙ୍କୁ ଏକାଠି ରଖିବାକୁ ତାଙ୍କର ଇଚ୍ଛା ଥିଲା। ମାତ୍ର ଦୁଇ ଜଣ ସବୁବେଳେ ଗଣ୍ଡଗୋଳ କରୁଥିଲେ ସେଥିପାଇଁ, ପରିବାରରେ ଅଶାନ୍ତି ଲାଗି ରହୁଥିଲା। କିର୍‌ୱାଲି ‘ଏସ୍‌ଏଚ୍‌ଓ’ ଉପେନ୍ଦ୍ର ଶ୍ରୀବାସ୍ତବ କହିଛନ୍ତି, ଅଭିଯୁକ୍ତ ରଘୁବୀରଙ୍କ ପୁଅ ଗୌରବ ଫାରୁଖାବାଦ୍‌ରେ ପୋଲିସ କନେଷ୍ଟବଳ ଭାବେ କାମ କରୁଛନ୍ତି। ଘଟଣା ସମୟରେ ସେ ଘରେ ନ ଥିଲେ। ପ୍ରିୟଙ୍କାଙ୍କ ବାପାଙ୍କ ଅଭିଯୋଗ ଆଧାରରେ ରଘୁବୀର ଓ ତାଙ୍କ ପରିବାରର ଆଉ ୫ଜଣଙ୍କ ନାଁରେ ‘ଏଫ୍‌ଆଇଆର୍‌’ ପଞ୍ଜୀକୃତ ‌ହୋଇଛି। ସେଥିରେ କନେଷ୍ଟବଳ ଗୌରବଙ୍କର ନାଁ ବି ରହିଛି Top of Form