ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା କିଏ ?

ଚଳିତ ବର୍ଷ ଶେଷ ଆଡକୁ ରାଜସ୍ଥାନ ସମେତ ମଧ୍ୟପ୍ରଦେଶ, ଛତିଶଗଡ, ତେଲେଙ୍ଗାନା ଓ ମଣିପୁରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏସବୁ ରାଜ୍ୟରେ ବିଧାନସଭା ନିର୍ବାଚନ ପୂର୍ବରୁ କିଭଳି ଓ କେଉଁ ପ୍ରସଙ୍ଗ ଉପରେ ବିଜେପି ନିର୍ବାଚନ ଲଢିବ ସେ ନେଇ ରଣନୀତି ପ୍ରସ୍ତୁତ କରିଛି । ଏସବୁ ରାଜ୍ୟରେ ବିଜେପି ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଚେହେରା କିଏ ହେବ ସେନେଇ କୌଣସି ଘୋଷଣା କରିବ ନାହିଁ । ନିର୍ବାଚନ ବେଳେ ଜାତୀୟ ପ୍ରସଙ୍ଗକୁ ପଛରେ ପକାଇ ବିଜେପି ସ୍ଥାନୀୟ ପ୍ରସଙ୍ଗ ଉପରେ ଫୋକସ କରିବ । ଏହାସହ ରାଜ୍ୟ ନେତାମାନଙ୍କୁ ଆଗକୁ ଆଣିବ । ଏହାସହ ରାଜସ୍ଥାନରେ ବିଜେପି ଦଳିତ, ପଛୁଆବର୍ଗ ଓ ମହିଳାଙ୍କ ନେଇ ନିର୍ବାଚନୀ ପ୍ରସଙ୍ଗ ପ୍ରସ୍ତୁତ କରିଛି । ବିଜେପିର ଜଣେ ବରିଷ୍ଠ ନେତା ଏକ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି କି, ଛତିଶଗଡ, ରାଜସ୍ଥାନ ଓ ତେଲେଙ୍ଗାନାରେ ଦଳ ମୁଖ୍ୟମନ୍ତ୍ରୀ ଚେହେରା ନେଇ କୌଣସି ଘୋଷଣା କରିବ ନାହିଁ । ସେପଟେ ମଣିପୁର ଓ ମଧ୍ୟ ପ୍ରଦେଶରେ ବିଜେପିର ସରକାର ଥିବାରୁ ସେଠାରେ ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରିବାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ।